କଡ଼ା କଟକଣା ଏବଂ ପ୍ରଶାସନର କଡ଼ା ସୁରକ୍ଷା ସତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି । ରବିବାର ପୁଣି ଥରେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲୁଛି । ବେଙ୍ଗଲୁରୁର ମେଘା ଲୁଥ୍ରା ନାମକ ଜଣେ ମହିଳା ପର୍ଯ୍ୟଟକ ଏହି ଫଟୋ ଭାଇରାଲ କରିଛନ୍ତି। ଶ୍ରୀମନ୍ଦିର ଭିତରର ସାତ ପାହାଚ ନିକଟର ଫଟୋକୁ ସେ ତାଙ୍କ ଫେସବୁକ୍‌ ପେଜ୍‌ରେ ପୋଷ୍ଟ୍‌ କରିଛନ୍ତି। ଇଣ୍ଡିଗୋ ଏୟାର ଲାଇନ୍ସ କ୍ୟାବିନ୍‌ କ୍ରୁ ଭାବେ କାର୍ୟ୍ୟ କରୁଥିବା ସେ ତାଙ୍କ ପୋଷ୍ଟ୍‌ରେ ଦର୍ଶାଇଛନ୍ତି। ଶ୍ରୀ ମନ୍ଦିରକୁ ମୋବାଇଲ୍‌ ନେବା ପାଇଁ କଟକଣା ରହିଥିବା ସତ୍ତ୍ୱେ ବାରମ୍ବାର ଫଟୋ କେମିତି ଭାଇରାଲ ହେଉଛି? ଏହା ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ଅନ୍ୟପଟେ ଫଟୋ ଭାଇରାଲ ହେଉଥିବାରୁ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତନାଘନା ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୮ ତାରିଖରେ ପୁରୀର ଜଣେ ପୋଲିସ୍‌ କର୍ମଚାରୀ ଶ୍ରୀମନ୍ଦିର ଭିତରର ଫଟୋ ଉଠାରେ ଫେସବୁକରେ ପୋଷ୍ଟ କରିଥିଲେ। ଏହା ଜଣାପଡିବା ପରେ ପୁରୀ ଏସପି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

LEAVE A REPLY

Please enter your comment!
Please enter your name here