କେନ୍ଦୁଝର ଜିଲ୍ଲା ବଡନୂଆଗାଁରେ ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳା ଯୁବକଙ୍କର ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି । ଗୁରୁତର ଯୁବକ ରାଜେନ୍ଦ୍ର ନାଏକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

   ସୁଚନାଅନୁସାରେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଝାରବେଡ଼ା ଗାଁ ରାଜେନ୍ଦ୍ରଙ୍କ ଘର । ସେ ଚେନ୍ନାଇରେ ରହି କାମ କରନ୍ତି । ହରିଚନ୍ଦନପୁର ଥାନା ବଡ଼ନୂଆ ଗାଁର ଜଣେ ବିବାହିତ ମହିଳାଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଥିଲା । ସେ ଗତକାଲି ଚେନ୍ନାଇରୁ ଆସିବା ପରେ ମହିଳା ଜଣକ ତାଙ୍କୁ ଘରକୁ ଡାକିଥିଲେ ଦେଖା କରିବାକୁ । ପରେ ମହିଳା ଜଣକ ଯୁବକଙ୍କୁ ମଦ୍ୟପାନ କରାଇଥିଲେ । ଏହା ପରେ ଦୁଇ ଜଣ ରାତିରେ ଶୋଇଥିବା ବେଳେ ମହିଳା ଜଣକ ରାଜେନ୍ଦ୍ରଙ୍କର ଗୁପ୍ତାଙ୍ଗକୁ କାଟି ଦେଇଥିଲେ ବୋଲି ରାଜେନ୍ଦ୍ର ଅଭିଯୋଗ କରିଛନ୍ତି । ପରେ ରାଜେନ୍ଦ୍ରଅଚେତ୍‌ ହୋଇପଡ଼ିଥିଲେ । ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଯୁବକଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଗୁରୁତର ହେବାରୁ ଯୁବକଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ଉକ୍ତ ମହିଳାଙ୍କ ସହିତ ବର୍ଷକ ପୂର୍ବରୁ ପ୍ରେମ ସଂପର୍କ ରହିଛି ବୋଲି ରାଜେନ୍ଦ୍ର ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ତେବେ ମହିଳା ଜଣକ କାହିଁକି ଏମିତି କରିଛନ୍ତି ଜଣାପଡ଼ି ନ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପୁରା ଅଞ୍ଚଳରେ ଚାଂଚଲ୍ୟ ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here