ଆସନ୍ତାକାଲି ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ପ୍ରଥମ ଅଣ୍ଡର ଗ୍ରାଉଣ୍ଡ ଡଷ୍ଟବିନ. ତେବେ ଏହା ପୂର୍ବରୁ ବ୍ରହ୍ମପୁର ମ୍ୟୁନିସପାଲ କର୍ପୋରେସନ ବିଭିନ୍ନ ଜାଗା ଯଥା- ବିନାୟକ ଆଚାର୍ଯ୍ୟ କଲେଜ ପାଖ, ଗେଷ୍ଟ ହାଉସ, ଦୂର୍ଗାଦେବୀ ମନ୍ଦିର ଓ ସର୍କିଟ ହାଉସ ପାଖରେ  17ଟି ସ୍ମାର୍ଟ ଅଣ୍ଡର ଗ୍ରାଉଣ୍ଡ ଲୋକାର୍ପଣ ହୋଇସାରିଛି. ଯେଉଁଥିରେ ପାଖାପାଖି 5 କୋଟି ଟଙ୍କା ବ୍ୟୟ ହୋଇଛି. କିନ୍ତୁ ତାକୁ ସମସ୍ତେ ବ୍ୟବହାର କରୁନଥିବା ସୂଚନା ମିଳିଛି. ଅନ୍ୟପଟେ, ଏହି ଡଷ୍ଟବିନର ଉଦଘାଟନ ପୂର୍ବରୁ ଏହାର କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠିଛି. ତେବେ ଏଭଳି ଡଷ୍ଟବିନର ସ୍ଥାପନା ସହରରେ ହେବା ଦରକାର ବୋଲି କହିଛନ୍ତି ବିନାୟକ ଆଚାର୍ଯ୍ୟ କଲେଜର ପୂର୍ବ ଛାତ୍ର ସଂଘ ଅଧ୍ୟକ୍ଷ ଦେବାନନ୍ଦ ପଣ୍ଡା.

 

 

 

 

LEAVE A REPLY

Please enter your comment!
Please enter your name here