ସାଧାରଣତଃ ସମସ୍ତେ ଅମୃତଭଣ୍ଡା ଖାଇଥାନ୍ତି. ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଅମୃତଭଣ୍ଡା ଅପେକ୍ଷା ତାର ପତ୍ରରେ ବେଶି ପରିମାଣର ଭିଟାମିନ ରହିଥାଏ, ଯାହା ଆମ ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରେ. ତେବେ, ଦିନରେ ଗୋଟିଏ କିମ୍ବା ଦୁଇଟି ଗ୍ଲାସ ଅମୃତ ଭଣ୍ଡା ରସ ପିଇବା ଦ୍ୱାରା ଡେଙ୍ଗୁ ଭଳି ରୋଗ ଦୂର ହୋଇଥାଏ. ଏହାଛଡା ଆମ ଚର୍ମରେ ହେଉଥିବା ବିଭିନ୍ନ ପ୍ରକାର ରୋଗରୁ ଏହି ରସ ଆମକୁ ରକ୍ଷା କରିଥାଏ. ଅମୃତଭଣ୍ଡା ରସରେ ଭିଟାମିନ ‘ଏ’, ଭିଟାମିନ୍ ‘ସି’ ଓ ଭିଟାମିନ୍ ‘ଇ’ ପ୍ରଚୁର ମାତ୍ରାରେ ଭରି ରହିଥାଏ. ସେଥିପାଇଁ ଏହି ରସ ଆମ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ଓ ଏହା ଆମ ଶରୀରକୁ ସୁସ୍ଥ ରହିଥାଏ. ଏଥିରେ ଥିବା ନ୍ୟୁଟ୍ରିଅନ୍ସ ଓ ମିନେରାଲ୍ସ କାରଣରୁ ଧରି ରହୁଥିବା ଥଣ୍ଡା ଭଲ ହୋଇଥାଏ. ଏହା ଛଡା ଅମୃତଭଣ୍ଡା ପତ୍ର ଖାଇବା ଦ୍ୱାରା ଆମ ଇମ୍ୟୁନି ସିଷ୍ଟମ ବଢିଥାଏ. ଝିଅଙ୍କ ମେନ୍ସୁରେସନ କିମ୍ବା ପିରିୟଡ ସମୟରେ ସେମାନଙ୍କର ଅଧିକ ପେଟ କାଟିଥାଏ.  ସେହି ସମୟରେ ଅମୃତଭଣ୍ଡା ପତ୍ରର ରସ ପିଇବା ଦ୍ୱାରା ଆରାମ ମିଳିଥାଏ. ଏଥିରେ ଭିଟାମିନ ‘ଡି’ ଥିବାରୁ ଏମ୍ଫାସିମା ରୋଗ ଭଲ ହୋଇଥାଏ. ନିୟମିତଭାବେ ଏହାକୁ ପାନ କରିବା ଦ୍ୱାରା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ. ଫଳରେ ଆମ ଶରୀର ସୁସ୍ଥ ରହିଥାଏ. କୌଣସି ବ୍ୟକ୍ତିର ଶରୀରରେ ଯଦି ବ୍ଲଡ ସୁଗାର ସ୍ତର ଅଧିକ ରହୁଥାଏ, ତାହାଲେ ଏହି ରସର ସେବନ ତାକୁ ନିୟନ୍ତ୍ରଣ କରିଥାଏ. ଏହାଛଡା ଗ୍ୟାଷ୍ଟ୍ରିକ ସମସ୍ୟା, ଭଲଭାବେ ହଜମ ନ ହେବା, ଏକଜିମା, କେଶଝଡିବା ଭଳି ସମସ୍ୟା ମଧ୍ୟ ଦୂର କରିଥାଏ.

LEAVE A REPLY

Please enter your comment!
Please enter your name here