ଖିସମିସ ହେଉଛି ଏକ ଡ୍ରାଏ ଫ୍ରୁଟ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି. ଅଙ୍ଗୁରକୁ ସୁଖାଇ ପ୍ରସ୍ତୁତ କରାଯାଉଥିବା ଏହି ଖିସମିସରେ ସେହି ସବୁ ଗୁଣ ରହିଥାଏ, ଯାହା ଅଙ୍ଗୁରରେ ଥାଏ. ସାଧାରଣତଃ ଖିସମିସକୁ ମିଠା, କ୍ଷୀରି ଏବଂ ଅନ୍ୟ ମିଠା ଜାତୀୟ ଦ୍ରବ୍ୟରେ ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଏ. ଏହାଛଡା ଖିସମିସ ଶରୀର ପାଇଁ ମଧ୍ୟ ବେଶ ଉପକାରୀ. ଏଥିରେ ପ୍ରଚୁର ପରିମାଣରେ ଆଇରନ୍, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଫାଇବର୍ ଭରି ରହିଥାଏ. ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ. ନିୟମିତ ଭାବେ ଖିସମିସ ଖାଇବା ଦ୍ୱାରା ରକ୍ତଚାପ, ହଜମ ପ୍ରକ୍ରିୟା, ଇମ୍ୟୁନିଟି ଷ୍ଟ୍ରଙ୍ଗ, ଓଜନ ହ୍ରାସ,  ହାଡ ଶକ୍ତ, ରକ୍ତ ବୃଦ୍ଧି, ହୃଦରୋଗ, ଦୃଷ୍ଟିଶକ୍ତି ଇତ୍ୟାଦି ଭଲ ହୋଇଥାଏ. ରାତିରେ ଖିସମିସକୁ ପାଣିରେ ଭିଜେଇ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ. 2ରୁ 4ଟି ଖିସମିସକୁ ପାଣିରେ ଭିଜାଇ ଖାଇଲେ ହଜମ ପ୍ରକ୍ରିୟା ସନ୍ତୁଳିତ ହୋଇଥାଏ.  ଖିସମିସରେ ସମସ୍ତପ୍ରକାର ନ୍ୟୁଟ୍ରିଅନ୍ସ ମିଳେ. ଯାହା ଇମ୍ୟୁନିଟି ସିଷ୍ଟମକୁ ମଜବୁତ୍ ରଖିବାରେ ସାହାଯ୍ୟ କରେ. ଏହାଛଡା ଏଥିରେ ଥିବା କ୍ୟାଲସିୟମ ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରେ ଓ ଆଇରନ ଶରୀରରେ ରକ୍ତ କୋଷିକା ସୃଷ୍ଟି କରିବାରେ ସହାୟକ ହୋଇଥାଏ.

LEAVE A REPLY

Please enter your comment!
Please enter your name here