ପୁଣି ଚିନ୍ତା ବଢାଇଲାଣି କରୋନା । ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ସମେତ 5ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ଆରମ୍ଭ କଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଗତ 24 ଘଣ୍ଟା ଭିତରେ କରୋନା ସଂକ୍ରମଣରେ 19 ଜଣଙ୍କର ମୃତ୍ୟୁ ଘଟିଛି । ଏବେ ସମଗ୍ର ଦେଶରେ 10 ହଜାର 889 ଜଣ କରୋନା ସଂକ୍ରମିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here