କଟକରେ ପୋଲିସ-ଓକିଲ ବିବାଦ ସମାଧାନ ହୋଇନଥିବାବେଳେ ଅନ୍ୟ ଏକ ସ୍ଥାନରେ ଓକିଲଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ବୁଗୁଡା ଥାନାରେ ଓକିଲ ହରପ୍ରସାଦ ଦାଶଙ୍କୁ ଥାନାରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ମାଡ଼ରେ ହରପ୍ରସାଦ ଆହତ ହୋଇଛନ୍ତି। ତାଙ୍କୁ ବୁଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଏକ ବିବାଦୀୟ ରାସ୍ତା ସମ୍ପକରେ ଓକିଲ ହରପ୍ରସାଦ ବୁଗୁଡା ଥାନାକୁ ଯାଇଥିଲେ। ଆଲୋଚନା ବେଳେ ପୋଲିସ ଓ ତାଙ୍କ ମଧ୍ୟରେ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ପୋଲିସ ଓକିଲଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆହତ ହରପ୍ରସାଦଙ୍କୁ ବୁଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ସୁଚନାମିଳିଛି ।

LEAVE A REPLY

Please enter your comment!
Please enter your name here