ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବା ପରେ ମାସକୁ ମିଳୁଥିଲା ଦଶକେଜି ଚାଉଳ. ସେତିକିରେ କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାଉଥିଲେ ଜାନୁ ଟାକିରୀ ଓ ତା ସ୍ତ୍ରୀ. ମାତ୍ର ଆଧାର ଲିଙ୍କ ବାଧ୍ୟତାମୂଳକ ହେବା ପରେ ଚାଉଳ ପାଇବାରୁ ବଞ୍ଚିତ ହୋଇଗଲେ ଏହି ବୃଦ୍ଧ ଦମ୍ପତ୍ତି. ରାୟଗଡା ମହିଳା ମହାବିଦ୍ୟାଳୟ ନିକଟ ଝଡିଆ ସାହିରେ ରହୁଥିବା ଏହି ଦମ୍ପତ୍ତି ମଙ୍ଗଳା ମନ୍ଦିର ପାଖରେ ଭିକ୍ଷାବୃତ୍ତି କରି ପେଟ ପୋଷିବାକୁ ବାଧ୍ୟ ହେଲେ. ମାତ୍ର ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ ପାଇବା ପାଇଁ ଲୋକ ଅଦାଲତର ଆଶ୍ରୟ ନେବାକୁ ଜାନୁ ଟାକିରୀଙ୍କୁ ବରିଷ୍ଠ ଅଧ୍ୟାପକ ଦୁଷ୍ମନ୍ତ କୁମାର ମହାନ୍ତି କହିବା ପରେ ସେ ଅଦାଲତରେ ମାମଲା ରୁଜୁ କରିଥିଲେ. ଏଥିରେ ତାଙ୍କୁ ଓକିଲ ଲାବନ୍ୟ ମୋହନ ପଟ୍ଟନାୟକ ସାହାଯ୍ୟ କରିଥିଲେ । ଏହି ମାମଲାର ଶୁଣାଣି କରି ଲୋକ ଅଦାଲତର ଅଧକ୍ଷ ହିମାଂଶୁ ଶେଖର ବ୍ରହ୍ମା, ଜଜ୍ ଦୁଷ୍ମନ୍ତ କୁମାର ମହାନ୍ତି ଓ ଜଜ୍ ସାଲୁବା ରାଜୁଙ୍କ ଉପସ୍ଥିତିରେ ଭିକାରୀ ଜାନୁ ଟାକିରୀଙ୍କୁ ତିନି ମାସର ତିରିଶ କେଜି ଚାଉଳ ପ୍ରଦାନ କରିଥିଲେ । ଏଥିସହ ଆଗକୁ ସେମାନଙ୍କ ଆଧାର ନଥିଲେ ବି ପ୍ରତିମାସରେ ସେମାନଙ୍କୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ ପ୍ରଦାନ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here