ଛତିଶଗଡ ବିଜାପୁରରେ ପୁଣି ମାତିଛନ୍ତି ନକ୍ସଲ । ନକ୍ସଲ ମାନେ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ଏକ ଆଂଟି ଲ୍ୟାଣ୍ଡମାଇନ ଗାଡି ଏହି ବିସ୍ଫୋରଣର ଶିକାର ହୋଇଛି । ଏହି ଘଟଣାରେ ୬ ଜଣ ବିଏସଏଫ ଯବାନ ଆହତ ହୋଇଛନ୍ତି ଏବଂ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ସୂଚନାନୁଯାୟୀ, ବୁଧବାର ବିଜାପୁର ଘାଟିରେ ବିଏସଏଫର ଏକ ବାଟାଲିୟନ ନକ୍ସଲ ପ୍ରଭାବିତ ଅଂଚଳରେ ପେଟ୍ରୋଲିଂ କରୁଥିଲା । ସେହି ସମୟରେ ମାଓବାଦୀମାନେ ବିସ୍ଫୋରଣ ଘଟାଇଥିଲେ । ଫଳରେ ଆଣ୍ଟିଲ୍ୟାଣ୍ଡମାଇନ ଗାଡିରେ ଥିବା ୬ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସମସ୍ତଙ୍କୁ ବିଜାପୁର ଜିଲ୍ଲା ମେଡିକାଲରେ ଭର୍ତି କରାଯାଇଛି । ମହାଦେବ ଘାଟି ନିକଟରେ ନକ୍ସଲ ମାନେ ଏହି ବିସ୍ଫୋରଣ କରିଥିଲେ । ବିସ୍ଫୋରଣ ପରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏନେଇ ବିଜାପୁର ଏସପି ମୋହିତ ଶର୍ମା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here