ଟୋକିଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିିଥିବା ଓଡିଶାର ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ଶ୍ରୀ ଭଗତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଜାଭଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ ନୀରଜ ଚୋପ୍ରାଙ୍କ ସମେତ ଦେଶର 12 ଜଣ ଖେଳାଳିଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି ।

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦେଶର 35 ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡିଶାର ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ।

ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ଖେଳରତ୍ନ ପୁରସ୍କାର ପାଇବାରେ ପ୍ରମୋଦ ଭଗତ ହେଉଛନ୍ତି ପ୍ରଥମ ଓଡିଆ । ଏହା ପୂର୍ବରୁ ଓଡିଶାର କୌଣସି ଖେଳାଳିଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳି ନ ଥିଲା ।

ପୂର୍ବରୁ ଖେଳରତ୍ନ ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ନାଁରେ ନାମିତ ଥିବା ବେଳେ କେନ୍ଦ୍ର ସରକାର ଏହାକୁ ମେଜର ଧ୍ୟାନଚାନ୍ଦଙ୍କ ନାଁରେ ନାମିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here