ପ୍ରତି ବର୍ଷ ନଭେମ୍ବର ମାସ 14 ତାରିଖକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସ ତଥା ଶିଶୁ ଦିବସ ରୂପେ ପାଳନ କରାଯାଏ. ଜବାହାରଲାଲ ନେହେରୁଙ୍କ ଜନ୍ମ ନଭେମ୍ବର ମାସ 14 ତାରିଖ 1889 ମସିହା ଆଲ୍ଲାହାବାଦରେ ହୋଇଥିଲା. ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତି ବର୍ଷ ନଭେମ୍ବର 14 ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ. ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ. 16 ବର୍ଷ ପର୍ଯ୍ୟନ୍ତ ସେ ଘରେ ରହି ଇଂରାଜୀ, ହିନ୍ଦୀ ଓ ସଂସ୍କୃତ ଭାଷା ଶିକ୍ଷା ଲାଭ କରିଥିଲେ. ପରେ 1905 ମସିହାରେ ସେ ବ୍ରିଟେନ ଯାଇ ତାଙ୍କର ଶେଷ ଅଧ୍ୟୟନ ସାରିଥିଲେ. ନେହେରୁ ଜଣେ ଏଭଳି ମଣିଷ ଥିଲେ ତାଙ୍କୁ ସମସ୍ତେ ଭଲପାଉଥିଲେ ଆଉ ସେ ପିଲାମାନଙ୍କୁ ବହୁତ ସ୍ନେହ, ଆଦର କରୁଥିଲେ ଏବଂ ସଦଗତିରେ ଯିବା ପାଇଁ ପରାମର୍ଶ ମଧ୍ୟ ଦେଉଥିଲେ. ଅନ୍ୟପଟେ ଗୁଗୁଲ ମଧ୍ୟ ନେହେରୁଙ୍କ ଉଦ୍ଦେଶ୍ୟରେ ଏକ ଡୁଡୁଲ ପ୍ରସ୍ତୁତ କରି ଚାଚାଜୀଙ୍କୁ ସମ୍ମାନ ଜଣାଇଛି.

LEAVE A REPLY

Please enter your comment!
Please enter your name here