ଡିସେମ୍ବର 1 ତାରିଖରୁ ବଦଳିଯିବ ପଇସା ଉଠାଇବା ଏବଂ ପଇସା ରଖିବାର ନିୟମ. ଆଜ୍ଞା ହଁ, ଯଦି ଆପଣଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଅଛି, ତାହାଲେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ. ଡିସେମ୍ବର 1 ତାରିଖ ପରଠାରୁ ନେଟ୍ ବ୍ୟାକିଂ ମାଧ୍ୟମରେ ପଇସା କାରବାର ପ୍ରକ୍ରିୟା ବନ୍ଦ ହୋଇଯିବ ବୋଲି ଏସବିଆଇର ୱେବସାଇଟରେ ସୂଚନା ଦିଆଯାଇଛି. ଯାହାଫଳରେ ଆପଣ କରୁଥିବା ଅନଲାଇନ ବ୍ୟାକିଂ ବନ୍ଦ ହୋଇଯିବ. ଯଦି ଆପଣ ଏସବିଆଇ ଇଣ୍ଟରନେଟ ବ୍ୟାକିଂ ବ୍ୟବହାର କରୁଛନ୍ତି ମାତ୍ର ଏ ପର୍ଯ୍ୟନ୍ତ ବ୍ୟାଙ୍କ ସହ ଆପଣ ମୋବାଇଲ ନମ୍ବର ରେଜିଷ୍ଟର କରିନାହାନ୍ତି, ତାହାଲେ ଡିସେମ୍ବର 1 ତାରିଖ ପୂର୍ବରୁ ଯଥା ଶୀଘ୍ର କରାଇ ଦିଅନ୍ତୁ. ନଚେତ୍ ଆପଣଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ. ମୋବାଇଲ ନମ୍ବର ରେଜିଷ୍ଟର ନ କଲେ ଆପଣଙ୍କ ଇଣ୍ଟରନେଟ୍ ବ୍ୟାକିଂ ବ୍ଲକ ହୋଇଯିବ. ଯାହାଫଳରେ ଆପଣ କୌଣସି ପ୍ରକ୍ରିୟା କରିପାରିବେ ନାହିଁ.

 

 

LEAVE A REPLY

Please enter your comment!
Please enter your name here