ଅକ୍ଟୋବର 11 ତାରିଖରେ ଓଡିଶାରେ ସାମୁଦ୍ରିକ ଝଡ  ତିତଲୀ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା. ଯେଉଁଥିପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ବିଶେଷଭାବେ ଗଞ୍ଜାମ ଜିଲ୍ଲା ପ୍ରଭାବିତ ହୋଇଥିଲା. ତେବେ କ୍ଷୟକ୍ଷତିର ଆକଳନ କରିବା ପରେ କ୍ଷତିଗ୍ରସ୍ତ ପରିବାରକୁ ବିଜୁ ପକ୍କାଘର ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ତିତଲୀ ପ୍ରଭାବରେ ପାଖାପାଖି 11ଟି ଜିଲ୍ଲାର 13,000 ପରିବାର ସଂପୂର୍ଣ୍ଣରୂପେ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି. ଏଥିପାଇଁ ପାଖାପାଖି 178 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି. ଏହାଛଡା କାମରେ ବିଳମ୍ବ ନ କରି ଯଥାସମ୍ଭବ ୱାର୍କ ଅର୍ଡରକୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ବ୍ଲକସ୍ତରରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି.

 

LEAVE A REPLY

Please enter your comment!
Please enter your name here