ସ୍ମାର୍ଟ ହେଉଛି ରାଜଧାନୀ ଭୁବନେଶ୍ୱର । ମୋ ବସ ପରେ ସ୍ମାର୍ଟ ସିଟିରେ ଗଡିବାକୁ ଯାଉଛି ‘ମୋ ସାଇକେଲ’ । ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଏବଂ ପ୍ରଦୂଷଣମୁକ୍ତ ସହର କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ବିଏସଏନଏଲ ପକ୍ଷରୁ ରାଜଧାନୀରେ ପବ୍ଲିକ ବାଇସାଇକେଲ ସେୟାରିଂ ବ୍ୟବସ୍ଥା ‘ମୋ ସାଇକେଲ’ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୨୦୦୦ ସାଇକେଲ ଗଡିବ । ଆସନ୍ତା ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସାଇକେଲ ପ୍ରକଳ୍ପକୁ ଉଦଘାଟନ କରିବେ । ଏହି ସାଇକେଲ ଜିପିଏସ ବ୍ୟବସ୍ଥାରେ ଚାଲିବାକୁ ଥିବାବେଳେ ଅନଲାଇନରେ ବୁକିଂ ବ୍ୟବସ୍ଥା ବି ରହିଛି । ସାଇକେଲ ଚାଳକଙ୍କ ଯାତାୟାତରେ ଯେପରି କିଛି ସମସ୍ୟା ନଉପୁଜିବ ସେଥିପାଇଁ ସ୍ୱତନ୍ତ୍ର ସାଇକେଲ ଟ୍ରାକ ବି ନିର୍ମାଣ ହୋଇଛି ।

LEAVE A REPLY

Please enter your comment!
Please enter your name here