ସ୍ମାର୍ଟ ସିଟି ଭୁବନେଶ୍ୱରରେ ଗଡିଲା ମୋ ସାଇକେଲ । ବହୁ ପ୍ରତିକ୍ଷିତ ସ୍ମାର୍ଟ ସାଇକେଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏୟାରପୋର୍ଟ ଛକ ପାଖରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ମୋ ସାଇକେଲ ଅଭିଯାନରେ ରାଜଧାନୀରେ ପ୍ରାୟ ୨ ହଜାର ସାଇକେଲ ଗଡିବ । ଏଥିସହିତ ମୋ ସାଇକେଲ ମୋବାଇଲ ଆପ୍ ମଧ୍ୟ ଲଞ୍ଚ ହୋଇଛି । ମୁମ୍ବାଇ , ବେଙ୍ଗାଲୁରୁ ଏବଂ ପୁନେ ପରେ ଚତୁର୍ଥ ସହର ଭାବରେ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସାଇକେଲ ସେବା । ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦୦ଟି ସାଇକେଲ ଷ୍ଟାଣ୍ଡ୍‌ କରାଯାଇଥିବାବେଳେ ଆଗକୁ ଏହାକୁ ୪୦୦କୁ ବୃଦ୍ଧି କରାଯିବ ବୋଲି ସୂଚନା ଦିଆଯାଇଛି । ସାଇକେଲ ଗୁଡ଼ିକରେ ଜିପିଏସ୍ ବ୍ୟବସ୍ଥା ରହିଛି । ଅନ୍‌ଲାଇନରେ ବୁକିଂ ବ୍ୟବସ୍ଥା ମଧ୍ୟ ରହିଛି । ଏଥି ସହିତ ଗୋଟିଏ ସାଇକେଲ ଜଣେ ବ୍ୟକ୍ତି ଗୋଟିଏ ପଏଣ୍ଟରୁ ନେବା ପରେ ସେହି ସାଇକେଲକୁ ଯେ କୌଣସି ସାଇକେଲ ଷ୍ଟାଣ୍ଡରେ ଦେଇପାରିବେ । ସେହିଭଳି ଜଣେ ବ୍ୟକ୍ତି ଶହେ ଟଙ୍କା ଦେଇ ମେମ୍ବର ହେଲେ ଗୋଟିଏ ମାସ ପାଇଁ ୧୫ ଘଣ୍ଟା ସାଇକେଲ ଚଲାଇପାରିବ । ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ଅଧ ଘଣ୍ଟା ସାଇକେଲ ନେବା ପରେ ଯଦି ଅଧିକ ସମୟ ଚାହାନ୍ତି ତେବେ ପ୍ରତି ଘଣ୍ଟାକୁ ୫ଟଙ୍କା ଅଧିକ ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here