ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ବରମୁଣ୍ଡାସ୍ଥିତ ନବନିର୍ମିତ ବସ୍ ଟର୍ମିନାଲ୍ ଲୋକାର୍ପଣ କରିଛନ୍ତି । ବରମୁଣ୍ଡାସ୍ଥିତ ବସଷ୍ଟାଣ୍ଡର ନବନିର୍ମାଣ କରାଯାଇ ଏହାର ନାଁ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ରଖାଯାଇଛି । ମୁଖ୍ୟମନ୍ତ୍ରୀ ଏହି ବସ୍ ଟର୍ମିନାଲକୁ ଲୋକାର୍ପଣ କରିବା ସହ ଏହା ଓଡିଶାକୁ ନୂଆ ପରିଚୟ ଦେବ ବୋଲି କହିଛନ୍ତି । ବର୍ଦ୍ଧିତ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ବସ୍ ଟର୍ମିନାଲରେ ଅତ୍ୟାଧୁନିକ ବ୍ୟବସ୍ଥା ରଖାଯାଇଛି । ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ଏହି ବସ୍ ଟର୍ମିନାଲ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ବିମାନବନ୍ଦର ଭଳି ଏହି ବସ୍ ଟର୍ମିନାଲରେ ଯାତ୍ରୀଙ୍କ ନିମନ୍ତେ ଜରୁରୀକାଳିନ ଚିକିତ୍ସା ସେବା, ପ୍ରତୀକ୍ଷାଳଯ, ଫୁଡ୍ କୋର୍ଟ, ଏସ୍କାଲେଟର, ଲିଫ୍ଟ ଆଦି ବ୍ୟବସ୍ଥା ରହିଛି । ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନାମରେ ନାମିତ ନୂଆ ବସ୍ ଟର୍ମିନାଲ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 5ଟି ମାଧ୍ୟମରେ ଏହି ରୂପାନ୍ତରଣ କାର୍ଯ୍ୟରେ ସମସ୍ତେ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ନୂଆ ବସ୍ ଟର୍ମିନାଲରେ ରକ୍ଷଣବେକ୍ଷଣରେ ବସ୍ ମାଲିକ, କର୍ମଚାରୀ, ଯାତ୍ରୀ ସମସ୍ତେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here