ଗୋଟିଏ ପିଲା ପାଇଁ ଶିକ୍ଷା ଅଧ୍ୟୟନ ହେଉଛି ଅପରିହାର୍ଯ୍ୟ. ମାତ୍ର ଇଚ୍ଛା ନଥାଇ ଜବରଦସ୍ତ ଶିକ୍ଷା ଠିକ୍ ନୁହେଁ. ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି ଓ କେଉଁ ଶ୍ରେଣୀର ଛାତ୍ରଛାତ୍ରୀ କେତେ ଓଜନର ବ୍ୟାଗ୍ କାନ୍ଧରେ ପକେଇବେ ତାକୁ ନେଇ ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରାଯାଇଛି. ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ, 5 ରୁ 7 ବର୍ଷର ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ଦିନ ବିଦ୍ୟାଳୟରେ ଦିଆଯାଉଥିବା ପାଠ ଠିକ୍ ନୁହେଁ. ଏହାଦ୍ୱାରା ସେମାନେ ମାନସିକ ଚାପର ଶିକାର ହୋଇପାରନ୍ତି. ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଷ୍ଟାଣ୍ଡାର୍ଡ-1ରୁ ଷ୍ଟାଣ୍ଡାର୍ଡ-2 ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ହୋମଟ୍ୟାକ୍ସ ଦିଆଯାଇପାରିବ ନାହିଁ. ତେବେ ଶିକ୍ଷକ ଶିକ୍ଷୟତ୍ରୀମାନେ କେବଳ ଗଣିତ ଓ ଭାଷାଭିତ୍ତିକ ଟ୍ୟାକ୍ସ ଦେଇପାରିବେ. ଏହାକୁ ବାଦ୍ ଦେଇ ସେମାନେ ଆଉ କୌଣସି ଟ୍ୟାକ୍ସ ଦେଇପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି. ସେହିପରି ଷ୍ଟାଣ୍ଡାର୍ଡ-3 ରୁ 5 ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏନସିଇଆରଟି ପାଠ୍ୟକ୍ରମ ଅନୁଯାୟୀ ଗଣିତ ପାଠ ଦେଇପାରିବେ. ଏହାଛଡା ସ୍କୁଲରେ ଯେଉଁ ପାଠ ପଢାଯିବ ପିଲାମାନେ କେବଳ ସେହି ବହି ଓ ଖାତା ନେଇ ଆସିବେ. ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲା 2.3 କେଜି, ସପ୍ତମ ଶ୍ରେଣୀ ପିଲା 4 କେଜି, ନବମ ଶ୍ରେଣୀ ପିଲା ସାଢେ ଚାରି କେଜି ଓ ଦଶମ ଶ୍ରେଣୀ ପିଲା 5କେଜି ଓଜନ ପର୍ଯ୍ୟନ୍ତ ବ୍ୟାଗ୍ ନେଇ ଯାଇପାରିବେ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରାଳୟ ସଚିବ ଏକ ହାମଜା.

LEAVE A REPLY

Please enter your comment!
Please enter your name here