ଭୁବନେଶ୍ୱର ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱକପ୍‌ ହକି ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । ନଭେମ୍ବର ୨୭ ବିଶ୍ୱକପ୍‌ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ । ସେହିପରି ସାରା ରାଜ୍ୟରେ ଅପରାହ୍ନ ୧.୩୦ ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସୋମବାର ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହଭିଳି ନଭେମ୍ବର ୨୮ ତାରିଖ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ ମିନିଟ୍‌ ଠାରୁ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି ।

ସୁଚନାଅନୁସାରେ, ପୁରୁଷ ବିଶ୍ୱକପ୍‌ ହକିର ଦୁଇ ଦିନିଆ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଆସନ୍ତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଉଦଘାଟନ ହେବ । ନଭେମ୍ବର ୨୮ ତାରିଖ ବୁଧବାର ଦିନ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଉଦଘାଟନୀ ଉତ୍ସବ ହେବ । ଯେଉଁଥିଲେ ଓଲିଓଡ଼୍‌ ଠାରୁ ଆରମ୍ଭ କରି ବଲିଓଡ଼୍‌ର ପ୍ରତିଷ୍ଠିତ କଳାକାର ଯୋଗ ଦେବେ । ବିଶେଷଭାବେ ସଙ୍ଗୀତକାର ଏ.ଆର୍‌ ରେହମାନ, କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌, ସୁପରଷ୍ଟାର ସଲମାନ୍‌ ଖାନ୍‌, ମାଧୁରୀ ଦିକ୍ଷିତ, ତାମିଲ ହିରୋ ତଥା ବାହୁବଳୀ ଷ୍ଟାର୍‌ ପ୍ରଭାସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here