ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଦଳର ଦାବି ଅନୁସାରେ, ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ କରିବାକୁ କଲେଜ ଅଧ୍ୟକ୍ଷ ଓ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଥିବା ମଧ୍ୟ ଦଳ ଅଭିଯୋଗ କରିଛି। ବିଜେଡି କହିଛି, ଆଇନଶୃଙ୍ଖଳା ସମସ୍ୟା ନଥିବା ସତ୍ତ୍ୱେ କେତେକ କଲେଜରେ ନିର୍ବାଚନ ବାତିଲ କରାଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହେଉଥିବା ଦଳ ଅଭିଯୋଗ କରିଛି। ଦଳ କହିଛି ଯେ, ରେଭେନ୍ସା କ୍ୟାମ୍ପସରେ ଦାଣ୍ଡିଆ କରି ପ୍ରାର୍ଥୀ କରାଗଲା। ବିଜେଡି ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବାକୁ ଧମକ ଦିଆଯାଉଛି। ଏମିତି ହେଲା ଯେ, ରାତି ୧୦ଟା ଯାଏଁ ଚୂଡ଼ାନ୍ତ ତାଲିକା ବାହାରିଲା ନାହିଁ। ଏପରି ନିର୍ବାଚନ ପରିଚାଳନା କେବେ ହୋଇ ନଥିଲା। ଲିଙ୍ଗଡୋ କମିସନଙ୍କ ନିୟମ ଭାଙ୍ଗୁଛନ୍ତି ସରକାର। ଏବିଭିପି ପ୍ରାର୍ଥୀ ପାଉନି। କ୍ଷମତାକୁ ଅପବ୍ୟବହାର କରାଯାଉଛି। ଭଦ୍ରକ ମହିଳା ମହାବିଦ୍ୟାଳୟ, ଭଣ୍ଡାରିପୋଖରୀ ପରି କଲେଜରେ ବିନା ଗଣ୍ଡଗୋଳରେ ନିର୍ବାଚନ ବାତିଲ କରାଗଲା। ବିଜେପି ପ୍ରାର୍ଥୀ କେମିତି ନିର୍ଦ୍ବନ୍ଦ୍ୱରେ ଜିତିବ ସେଥିପାଇଁ ଏମିତି କରାଯାଉଛି l ସରକାରଙ୍କ ଅଯଥା ହସ୍ତକ୍ଷେପ କ୍ଷେପ କରୁଛନ୍ତି l ଗଣମାଧ୍ୟମରେ ଏମିତି ଅଭିଯୋଗ ଆଣିଛି ବିଜେଡି l

LEAVE A REPLY

Please enter your comment!
Please enter your name here