ପାଖରେ ବାଇକ ନାହିଁ ହେଲେ ଓଡିଶା ବୁଲିବାକୁ ଚାହୁଁଛନ୍ତି କି? ତେବେ ବ୍ୟସ୍ତ ହୁଅନ୍ତୁନି . ଏବେ କିଛି ଶୁଳ୍କ ଦେଇ ପୁରା ଦିନ ତମାମ ପାଇ ପାରିବେ ବାଇକ ଧରି ବୁଲିବାର ମଜା । ଏହି ସୁବିଧା ଆଣି ଦେଇଛି ଓଡିଶା ମଟର ଭେହିକିଲ ଡିର୍ପାଟମେଣ୍ଟ ବା ଓଏମଭିଡି ।  ଓଏମଭିଡି  yor ର୍ସ୍ମାଟ ରାଇଡ ପ୍ରାଇଭେଟ ଲିମିଟେଡର ସହଭାଗିତାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଟ୍ରାଫିକ ଟ୍ରେନିଂ ପଡିଆ ଠାରେ ସୋମବାର ଦିନ ଲୋକାର୍ପିତ ହୋଇଛି ଏହି ସେବା

ଗ୍ରାହକ ମାନେ ପ୍ରଥମେ www.yorindia.com ୱେବସାଇଟକୁ ଯାଇ ନିଜ ମନମୁତାବକ ଗାଡି ପସନ୍ଦ କରି ବୁକ କରିବେ . ତା ପରେ ଦରକାରୀ କାଗଜପଚତ୍ର ଯେମିତିକି ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ସହ yor ଅଫିସକୁ ଯିବାକୁ ପଡିବ . ସେଠାରୁ ବୁକ କରିଥିବା ଗାଡିକୁ ନେଇ ଗ୍ରାହକ ବୁଲିବାକୁ ଯାଇପାରିବେ . ଅତିକମରେ ୩ ଘଣ୍ଟା ପାଇଁ ଗାଡି ବୁକ କରି ବୁଲି ପାରିବେ ବୋଲି କହିଛନ୍ତି yor ର୍ସ୍ମାଟ ରାଇଡ ପ୍ରାଇଭେଟ ଲିମିଟେଡର ସିଇଓ ଦେବାଶିଷ ବେହେରା . ପ୍ରଥମ ପର୍ଯ୍ୟାୟରେ ଏବେ ଗୋଟିଏ ହବର ଉଦଘାଟନି ହୋଇଥିବା ବେଳେ ଆଗକୁ ଆଉ ୩ଟି ନୂଆ ହବ୍ ଭୁବନେଶ୍ୱରରେ ତିଆରି କରିବାର ଲକ୍ଷ ରଖିଛନ୍ତି ସେ . ଘଣ୍ଟା  ପ୍ରତି ୩୯ ଟଙ୍କାରୁ ଆରମ୍ଭ କରି ୯୫ ଟଙ୍କା ପର୍ଯ୍ୟନ୍ତ , ସ୍କୁଟିରୁ ଆରମ୍ଭ କରି କେଟିଏମ ଭଳି ବାଇକ ଉପଲବ୍ଧ ଅଛି .

ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ  ଯୋଗ  ଦେଇ ଟ୍ରାନ୍ସପୋର୍ଟ କମିଶନର ସଞ୍ଜିବ ପଣ୍ଡା କହିଥିଲେ ଏଥିରେ ଆଗକୁ ୩ଏସ ଟିଭିଏସ ଭଳି କମ୍ପାନୀ ଯୋଗ ଦେବାର ଅଛି . ମୁଖ୍ୟତଃ ହକି ବିଶ୍ୱ କପକୁ ଆଖିରେ ରଖି ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଟ୍ରାନ୍ସପୋର୍ଟ କମିଶନରଙ୍କ ସହ ଜଏଣ୍ଟ କମିଶନର ଚିତ ରଞ୍ଜନ ରାୟ , ରୋଡ ସେଫ୍ଟି ଅଫିସର ମକବୁଲ ଅଲି, ଭୁବନେଶ୍ୱର ଆଞ୍ଚଳିକ  ପରିବହନ ଅଧ୍ୟକ୍ଷ-୨ ଅଫିସର ସଞ୍ଜୟ ବେହେରା ଆଦି ଉପସ୍ଥିତ ଥିଲେ . ସବୁଜ ପତକା ଦେଖାଇ ଟ୍ରାନ୍ସପୋର୍ଟ କମିଶନର ଏହାକୁ ଉଦଘାଟନ କରିଥିଲେ .

 

LEAVE A REPLY

Please enter your comment!
Please enter your name here