ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲି ପ୍ରଭାବିତ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ଏବେ ବି ସୁଧାର ଆସିନାହିଁ । ତିତଲି ପୀଡିତମାନେ ଏବେବି ଦୁଃସ୍ଥିତିରେ ରହିଛନ୍ତି । ସମ୍ପୃକ୍ତ ଅଂଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାପାଇଁ ୮୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରାଜ୍ୟ ସରକାର ଦେଇଥିବା ତଥ୍ୟ ଭୁଲ୍ ବୋଲି ବିଜେପି ଅଭିଯୋଗ କରିଛି । କେଉଁ କେଉଁ କାର୍ଯ୍ୟରେ ଏହି ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସାଧାରଣରେ ପ୍ରକାଶ କରିବା ପାଇଁ ବିଜେପି ଦାବି କରିଛି । ତିତଲି କ୍ଷତିଗ୍ରସ୍ତ ଅଂଚଳରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାପରେ ବିଜେପି ଟିମର ନେତୃତ୍ୱ ନେଇଥିବା ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଏବେ ବି ସେଠାରେ ରାସ୍ତାଘାଟ ମରାମତି ହୋଇନାହିଁ । ସ୍କୁଲ ଘରେ ପୀଡିତ ମାନେ ଆଶ୍ରୟ ନେଇଛନ୍ତି । ଉପୁଡି ପଡିଥିବା ବିଦ୍ୟୁତ୍ ଖୁଂଟ ମରାମତି ହୋଇନାହିଁ ।ଏତେ ଦିନ ପରେ ବି ପ୍ରଶାସନ ପୀଡିତଙ୍କ ପାଖରେ ପହଂଚିନାହିଁ । କ୍ଷତିଗ୍ରସ୍ତଙ୍କୁ ଘର କାମ ଆରମ୍ଭ ମଧ୍ୟ ହୋଇନାହିଁ । ସାହାଯ୍ୟ , ସହଯୋଗ ମଧ୍ୟ ପହଂଚୁନାହିଁ । ମୃତ ଗୃହ ପାଳିତ ପଶୁ ପକ୍ଷୀଙ୍କ ପାଇଁ କ୍ଷତିପୂରଣ ମଧ୍ୟ ମିଳିନାହିଁ । ଯେଉଁ ସାହାଯ୍ୟ ଦିଆଯାଇଛି ତାହା ରାଜନୈତିକ ଭିତିରେ ଦିଆଯାଇଛି । ସେଠାକାର ବାସ୍ତବ ସ୍ଥିତି ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ସେଠାକୁ ଯାଆନ୍ତୁ । ଲୋକେ ଯେଉଁ ଅବସ୍ଥାରେ ଅଛନ୍ତି ତାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ ।
ତିତଲି ବନ୍ୟାରେ କ୍ଷୟକ୍ଷତି ହୋଇଥିବା କିଛି ଗାଁକୁ ରାଜ୍ୟ ବିଜେପି ତରଫରୁ କର୍ମୀମାନେ ବୁଲିକି ଅନୁଧ୍ୟାନ କରିଛନ୍ତି । ଆଜି ବିଜେପିର ଗୋଟିଏ ଟିମ ଆସି ତିତଲିରେ ଅଧିକ କ୍ଷତି ହୋଇଥିବା ଗଂଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here