ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାଇ ବେଞ୍ଚପ୍ରତିଷ୍ଠା ଦାବୀରେ ଜୋର ଧରିଛି ଆନ୍ଦୋଳନ । ଗୁରୁବାର ପାଳନ ହେଉଛି ପଶ୍ଚିମ ଓଡିଶା ମହାବନ୍ଦ । ଫଳରେ ଅଖ ଚକ ସହିତ ଦୋକାନ ବଜାର କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ଆଜିଠାରୁ ୪୮ଘଂଟିଆ ବନ୍ଦ ପାଳନ କରାଯାଉଛି । ଦୁଇଦିନିଆ ମହାବନ୍ଦରେ ସମ୍ବଲପୁର, ଝାରୁସୁଗୁଡା, ବଲାଙ୍ଗୀର, ଦେବଗଡ ଓ ସୋନପୁର ଏକପ୍ରକାର ଠପ୍ ହୋଇଯାଇଛି । ସ୍କୁଲ-କଲେଜ୍, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ଦୋକାନ ବଜାର, ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି କମିଟି । ସକାଳୁ ସକାଳୁ ସମ୍ବଲପୁରରେ ରାସ୍ତାରୋକ କରାଯାଇଛି । ଆଜି ଓ କାଲି ଦୁଇ ଦିନ ଧରି ଏହି ମହାବନ୍ଦ ପାଳନ କରାଯିବ । ଆନ୍ଦୋଳନ ସମୟରେ ରାତିରେ ମଧ୍ୟ ବନ୍ଦ ପାଳନ କରିବାକୁ ନିଷ୍ପତି ନେଇଛି ସଂଘ । ଏହି ବନ୍ଦ ଡାକରାକୁ ୨ଶହରୁ ଅଧିକ ସଂଗଠନ ସମର୍ଥନ ଦେଇଛନ୍ତି । ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ମହାବନ୍ଦରେ ବିଭିନ୍ନ ସଂଗଠନ ସାମିଲ ହୋଇ ଏହାକୁ ସମର୍ଥନ ଦେଇଛନ୍ତି।
ଗୁରୁବାର ସକାଳୁ ସକାଳୁ ସମ୍ବଲପୁର ଓକିଲ ସଂଘର ୫୦ ମହିଳାଙ୍କ ସମେତ ପ୍ରାୟ ୧୫୦୦ କର୍ମକର୍ତ୍ତା ଜିଲ୍ଲାର ପ୍ରମୁଖ ଛକ,ଜାତୀୟ ରାଜପଥ ରାଜ୍ୟ ରାଜପଥରେ ପିକେଟିଂ କରିଛନ୍ତି । ସେହିଭଳି ଟ୍ରେନ ଚଳାଚଳ ବନ୍ଦ ପାଇଁ ଓକିଲ ସଂଘର କର୍ମକର୍ତାମାନେ କ୍ଷେତରାଜପୁର ଷ୍ଟେସନ, ଫାଟକ ଷ୍ଟେସନ, ହୀରାକୁଦ ଷ୍ଟେସନ ସମେତ ବିଭିନ୍ନ ଷ୍ଟେସନରେ ପିକେଟିଂ କରିଛନ୍ତି। କ୍ଷେତରାତପୁରରେ ଷ୍ଟେସନରେ ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟିକୁ ଅଟକ ରଖାଯାଇଛି । କୌଣସି ଅପ୍ରିତିକର ସ୍ଥିତି ନଉପୁଜିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

    ସୁଚନାଅନୁସାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଗତ ୧୯ ତାରିଖରୁ ସମ୍ବଲପୁର ସମେତ ୪ ଜିଲ୍ଲାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିଥିଲା । ତେବେ ଆଜିର ମହାବନ୍ଦ ଡ଼ାକରାରେ ବଲାଙ୍ଗୀର ଓକିଲ ସଂଘ ସାମିଲ ହୋଇନଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here