ଫକୀରମୋହନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ସମାବର୍ତ୍ତନ ଉତ୍ସବରେ ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶି ଲାଲ ଅଧ୍ୟକ୍ଷତା କରିଥିଲେ ଏବଂ ନାକ୍ ର ନିର୍ଦ୍ଦେଶକ ପ୍ରଫେସର ଏସ୍.ସି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ପ୍ରାରମ୍ଭରେ କୁଳପତି ପ୍ରଫେସର ମଧୁମିତା ଦାସ ଫକୀରମୋହନ ବିଶ୍ୱବିଦ୍ୟାଳୟର ଗଠନ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ. କୁଳାଧିପତି ପ୍ରଫେସର ଗଣେଶି ଲାଲ ସ୍ୱର୍ଗତଃ ଫକୀରମୋହନ ସେନାପତିଙ୍କୁ ଓଡିଆ ଭାଷା ଓ ସାହିତ୍ୟର ତ୍ରାଣକର୍ତ୍ତା ବର୍ଣ୍ଣନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ. ଏହାଛଡା ଏହି ଉତ୍ସବରେ ସିନେଟ୍, ସିଣ୍ଡିକେଟ, ଏକାଡେମିକ ପରିଷଦର ସଦସ୍ୟ, ସମ୍ବାଦପତ୍ରର ପ୍ରତିନିଧି, କୁଳସଚିବ ଶ୍ରୀ ଅମର ସିଂ ସୋରେନ୍, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁର୍ଯ୍ୟେନ୍ଦୁ କୁମାର ଦେ ତଥା ବିଶ୍ୱବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ. ପରେ  ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here