ଭାରତରେ ଦିନକୁ ଦିନ ଟେଲିକମ୍ ଗ୍ରାହକଙ୍କ ସଂଖ୍ୟା ବଢୁଥିବା ବେଳେ ସେପ୍ଟେମ୍ବର ମାସରେ 23.2 ଲକ୍ଷ ବଢି 119.14 କୋଟିରେ ପହଞ୍ଚିଛି. ଟ୍ରାଇର ରିପୋର୍ଟ ଅନୁସାରେ, ଚଳିତ ମାସରେ ଜିଓ ଗ୍ରାହକଙ୍କ ସଂଖ୍ୟା ସବୁଠୁ ଅଧିକ ଅଛି. ରିଲାଏନ୍ସ ଜିଓ ଅପରେଟର ହେଉଛି ଜଣେ ଯାହାର ୟୁଜର୍ସଙ୍କ ସଂଖ୍ୟା ପ୍ରତି ମାସରେ ବଢିବାରେ ଲାଗିଛି. ଅନ୍ୟପଟେ ଭୋଡାଫୋନ ଓ ଆଇଡିଆ ଗ୍ରାହକଙ୍କ ସଂଖ୍ୟା କମିଛି ବୋଲି ଏହି ରିପୋର୍ଟରୁ ଜଣାପଡିଛି. ଏହାଛଡା ବିଏସଏନଏଲ ଓ ଏୟାରଟେଲ ୟୁଜର୍ସ ସଂଖ୍ୟା କମିଥିବା ମଧ୍ୟ ଦେଖିବାକୁ ମିଳିଛି. ଚଳିତ ମାସରେ ଜିଓ 130.2 ଲକ୍ଷ ୟୁଜର୍ସଙ୍କୁ ନିଜ ଗ୍ରାହକ ବନେଇଛି. ଯାହାଫଳରେ ଜିଓ ଗ୍ରାହକଙ୍କ ସଂଖ୍ୟା 25.22 କୋଟିରେ ପହଞ୍ଚିଛି. ଯାହା ଶେୟାର ବଜାରର 29.38 ପ୍ରତିଶତ.

 

LEAVE A REPLY

Please enter your comment!
Please enter your name here