ଆଗକୁ ଆସୁଛି ଦୀପାବଳୀ । ଆଉ ଦୀପାବଳୀରେ ଅନେକ ଗୁଡିଏ ଅଫର ଆଣୁଛି ଫ୍ଲିପ୍‌କାର୍ଟ । ଦିୱାଲି ସେଲ୍ ର ଶୁଭାରମ୍ଭ ଅକ୍ଟୋବର ୨୯ ତାରିଖରୁ ହିଁ ଆରମ୍ଭ ହୋଇଯାଉଛି । ୨୯ ଅକ୍ଟୋବରରୁ ଆରମ୍ଭ ହୋଇ ନଭେମ୍ବର ୪ ତାରିଖ ଯାଏ ଏହି ଅଫର ଚାଲିବ । ଏହି ସେଲ୍ ରେ ପ୍ଲିପ୍‌କାର୍ଟ ତାର ଗ୍ରାହକ ମାନଙ୍କ ପାଇଁ ଆଣୁଛି ଅନେକ ଗୁଡିଏ ଆକର୍ଷଣୀୟ ଅଫର । ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ସପିଙ୍ଗ କଲେ ୧୦ ପ୍ରତିଶତ ଡିସକାଉଣ୍ଟ ମିଳିବ ଅର୍ଥାତ୍ ରିହାତି ମିଳିବ । ଏହି ସେଲ୍ ର ଲାଭ ସମସ୍ତେ ଉଠାଇପାରିବେ । ପ୍ଲିପ୍‌କାର୍ଟ ଅନୁଯାୟୀ, ଏସବିଆଇ, ଆଇସିଆଇ ବ୍ୟାଙ୍କ , ଏଚଡିଏଫସି ଏବଂ ଆକ୍ସିସ୍ କାର୍ଡରୁ କିଣିଲେ ନୋ କଷ୍ଟ୍ ଇଏମଆଇର ଅପ୍ସନ ଆପଣଙ୍କୁ ମିଳିଯିବ । ଡେବିଟ୍ କାର୍ଡରେ ମଧ୍ୟ ଆପଣଙ୍କୁ ଅପ୍ସନ ମିଳିଯିବ । ଏହି ସେଲ୍ ରେ ସବୁଠୁ ଆକର୍ଷଣୀୟ ରହିବ ସ୍ମାର୍ଟ ଫୋନ ସେଲ୍ । ଅର୍ଥାତ୍ ସ୍ମାର୍ଟ ଫୋନରେ ଆପଣ ବଡ ଧରଣର ରିହାତି ପାଇପାରିବେ ।
ଆପଣ ୭୦ ହଜାର ଟଙ୍କାର LG G8X ମୋବାଇଲକୁ୨୪ ହଜାର ଟଙ୍କାରେ କିଣିପାରିବେ । ସେହିପରି VIVO V 20ର ଦାମ୍ ୨୭, ୯୯୦ ଥିବାବେଳେ ଆପଣ କିନ୍ତୁ ଏହାକୁ ୧୪,୯୯୦ ରେ କିଣିପାରିବେ । SAMSUNG GALAXYA41ର ଦାମ୍ ୧୯,୯୯୯ ଥିବାବେଳେ ଏହି ସେଲ୍ ସମୟରେ ଆପଣ ଏହାକୁ କେବଳ ୧୫, ୪୯୯ରେ ପାଇପାରିବେ । ସ୍ମାର୍ଟଫୋନ ବ୍ୟତୀତ ଅନ୍ୟ ଇଲେକ୍ଟ୍ରୋନିକ୍ସ ଆଇଟମ୍ ଯେମିତିକି, ଟିଭି , ଲାପଟପ୍ , ସ୍ପିକର , କ୍ୟାମେରା , ହେଡଫୋନ୍ ଇତ୍ୟାଦି ଉପରେ ଆପଣ ଡିସକାଉଣ୍ଟଣ୍ଟ ପାଇପାରିବେ ।

LEAVE A REPLY

Please enter your comment!
Please enter your name here