ଲଣ୍ଡନ ଓ ପ୍ୟାରିସ୍ ଭଳି ଏବେ ଭାରତରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି ପାଣି ଭିତରେ ଟ୍ରେନ୍. ଏହି ଟ୍ରେନଟି ଦୁବାଇର ଫୁଜାଇରାହ ସହରରୁ ମୁମ୍ବାଇ ପର୍ଯ୍ୟନ୍ତ ଚାଲିବ. ତେବେ ଏହି ଦୁଇ ଦେଶ ମଧ୍ୟରେ ହାଇସ୍ପିଡ ଟ୍ରେନ ଯାତ୍ରାକୁ ନିକଟ ଭବିଷ୍ୟତରେ ଆରମ୍ଭ କରିବାକୁ ଯାଉଛନ୍ତି ନ୍ୟାସନାଲ ଆଡଭାଇଜର ବ୍ୟୁରୋ. ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବ୍ୟବସାୟକୁ ସୁଦୃଢ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିବାବେଳେ ଫୁଜାଇରାହରରୁ ଭାରତକୁ ତେଲ ରପ୍ତାନୀ ଏବଂ ନର୍ମଦା ନଦୀ ଜଳକୁ ଫୁଜାଇରାହ ସହରକୁ ଆମଦାନୀରେ ଏହି ଯୋଜନା ସହାୟକ ହେବ ବୋଲି କହିଛି ଏହି ସଂସ୍ଥା. ତେବେ ସମୁଦାୟ ଉପରେ ଏହା 2000 କି.ମି ହେବ ଏବଂ ଭାରତରୁ ଜିନିଷପତ୍ର ଆଦାନପ୍ରଦାନ ସହଜ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି.

 

LEAVE A REPLY

Please enter your comment!
Please enter your name here