ସାବୁନ, ତେଲ ଭଳି ଉତ୍ପାଦ ପ୍ରସ୍ତୁତ କରୁଥିବା କମ୍ପାନୀ ୟୁନିଲିବର୍, ହର୍ଲିକ୍ସ ପ୍ରସ୍ତୁତକର୍ତ୍ତା କମ୍ପାନୀ ଗ୍ଲାସ୍କୋ ସ୍ମିଥ୍ କ୍ଲାଇନ (ଜିଏସକେ)କୁ କିଣିବ ବୋଲି କହିଛି. ତେବେ ୟୁନିଲିବର୍ ଜିଏସକେ ଉତ୍ପାଦନ କରୁଥିବା ସମସ୍ତ ପାନୀୟ ଓ ଖାଦ୍ୟ ଦ୍ରବ୍ୟକୁ ନିଜ ଅଧିଗ୍ରହଣ କରିବ ବୋଲି ସୋମବାର ଘୋଷଣା କରିଛି. ଏହାଛଡା ୟୁନିଲିବର୍ ଜିଏସକେ ସମେତ 20ରୁ ଅଧିକ ଏସିଆ ଦେଶର କାରବାରକୁ 3.1 ବିଲିୟନ ପାଉଣ୍ଡରେ ନିଜ ଅଧିଗ୍ରହଣ କରିବ. ୟୁନିଲିବର୍ ଜିଏସକେର ସମସ୍ତ କାରବାରକୁ କ୍ରୟ କରିବ ବୋଲି ସୂଚନା ପ୍ରଦାନ କରିଛି. ଏଥିପାଇଁ ହେବାକୁ ଥିବା ଡିଲ୍ ଶେୟାର ମାଧ୍ୟମରେ କରାଯିବ. ବର୍ତ୍ତମାନ, ଜିଏସକେ କମ୍ପାନୀର ସମୁଦାୟ ମୂଲ୍ୟ 31,700 କୋଟି ଟଙ୍କା ଆକଳନ କରାଯାଇଛି. ୟୁନିଲିବର୍ ସୂଚନା ଅନୁସାରେ, ଏହି ଡିଲ୍ ରେ ବାଙ୍ଗ୍ଲାଦେଶ ସମେତ 20ଟି ଏସିଆ ଦେଶର ବାଣିଜ୍ୟ ମଧ୍ୟ ସାମିଲ ରହିବ.

LEAVE A REPLY

Please enter your comment!
Please enter your name here