ଅଜଣା ବାଇକ୍ ଧକ୍କାରେ ଜଣେ 70 ବର୍ଷର ବୃଦ୍ଧାଙ୍କର ମୃତ୍ୟୁ ଘଟିଛି. ସୂଚନା ଅନୁସାରେ, ଜଗତସିଂହପୁର ଥାନା ଅନ୍ତର୍ଗତ ସାଁପୁର ପଞ୍ଚାୟତ ଧୂଆଁପାରି ଗ୍ରାମର ପୁଷ୍ପଲତା ଦାସ ଟଙ୍କା ଉଠାଇବା ନିମନ୍ତେ ସାଁପୁର ନିକଟସ୍ଥ ଏସବିଆଇ ବ୍ୟାଙ୍କକୁ ଯାଇଥିଲେ. ପରେ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଏକ ଅଜଣା ବାଇକ ଚାଳକ ଦୃତ ଗତିରେ ଆସି ବୃଦ୍ଧା ଜଣଙ୍କୁ ଧକ୍କା ଦେଇଥିଲା. ଫଳରେ ତାଙ୍କର ମୁଣ୍ଡ ଫାଟିଯାଇଥିଲା. ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ. ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ପରେ ମୃତକଙ୍କ ପରିବାର ହସ୍ପିଟାଲରେ ପହଞ୍ଚି ପୋଷ୍ଟମର୍ଟମ ପାଇଁ ବ୍ୟବସ୍ଥା କରୁଥିବା ବେଳେ ଏହି ଘଟଣା ସଂପର୍କରେ ପୋଲିସ ସହ ଯୋଗାଯୋଗ କରିଛନ୍ତି. ତେବେ ଅଜଣା ବାଇକ୍ ଚାଳକ ଖସି ପଳାଇଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here