ସୋମବାର ଅପରାହ୍ନ 1.28 ମିନିଟ୍ ରେ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-5 ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି. ତେବେ କଲାମ ଦ୍ୱିପର 4 ନମ୍ବର ଲଞ୍ଚ ପ୍ୟାଡରୁ ଏଭଳି ଅନ୍ତଃମହାଦେଶୀୟ ମିସାଇଲର ସଫଳ ଉତକ୍ଷେପଣ କରାଯାଇଛି. ଏହି ମିସାଇଲକୁ ଡିଆରଡିଓ ବା Defence Research and Development Organisation (DRDO) ପ୍ରସ୍ତୁତ କରିଥିବା ବେଳେ ଏହି ମିସାଇଲର ଲକ୍ଷ ଭେଦ କ୍ଷମତା 5000ରୁ 8000 କି.ମି ପର୍ଯ୍ୟନ୍ତ ରହିଛି ଏବଂ ଏହା ଏଭଳି ଏକ ବାଲିଷ୍ଟିକ ମିସାଇଲ ଯାହା ବେଜିଂ ସମେତ ଚୀନ ଏବଂ ମଧ୍ୟପ୍ରାଚ୍ୟକୁ ଲକ୍ଷ୍ୟଭେଦ କରିପାରିବ. ତେବେ ଏହାକୁ 19 ଏପ୍ରିଲ 2012 ମସିହାରେ ପ୍ରଥମଥର ପାଇଁ ଉତକ୍ଷେପଣ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here