ଏଣିକି ସ୍କୁଲ ଓ କଲେଜରେ ପଢାହେବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ପ୍ରସଙ୍ଗ । ଆଜି ପଞ୍ଚମ ପାଳିର ଦ୍ବିତୀୟବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀ ପରିଷଦ ବୈଠକରେ ଏହି ପ୍ରସ୍ତାବ ଗୃହୀତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭବିଷ୍ୟତ ପୀଢି କିଭଳି ବିପର୍ଯ୍ୟୟ ମୁକାବିଲା କରିପାରିବେ ଓ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ହେବେ, ସେ ବିଷୟ ପାଠ୍ୟକ୍ରମରେ ସାମିଲ କରାଯିବ । ଓଡିଶା ଯେକୌଣସି ମହାମାରୀ ଓ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଏବଂ ସେଥିପାଇଁ ସମସ୍ତ ନାଗରିକଙ୍କୁ ତାଲିମ ଦିଆଯିବା ସହ ଦକ୍ଷତା ବୃଦ୍ଧି କରାଯିବ । ଯାହାଫଳରେ ୟେକୌଣସି ପ୍ରାକୃତିକ କିମ୍ବା ଜୈବିକ ଦୁର୍ବିପାକକୁ ଆମେ ସାମନା କରିପାରିବା । ପ୍ରତି ଘରେ ଘରେ ବିପର୍ଯ୍ୟୟ ମୁକାବିଲା ପାଇଁ ଯୋଦ୍ଧା ସୃଷ୍ଟି କରାଯିବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯିବ । ଭବିଷ୍ୟତ ପାଇଁ ଏହା ହେବ ଆମର ସବୁଠୁ ବଡ ପ୍ରସ୍ତୁତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here