ବିଶ୍ୱକପ୍‌ ହକିରେ ସୋମବାର ଠାରୁ ଆରମ୍ଭ ହୋଇଛି କ୍ରସ୍‌ ଓଭର ମ୍ୟାଚ୍‌ । ୪ଟା ୪୫ରୁ ମ୍ୟାଚ ଆରମ୍ଭ ହୋଇଛି । ରବିବାର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି । ୱାର୍ଲକପରୁ ବିଦା ହୋଇଛନ୍ତି, ଆୟର୍ଲାଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ସ୍ପେନ । ଆଜି କ୍ରସ୍‌ ଓଭରରେ ଦୁଇଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ଚୀନ୍‌ । ମଙ୍ଗଳବାର ବେଲଜିୟମ-ପାକିସ୍ତାନ ଓ ନେଦରଲାଣ୍ଡ-କାନାଡା ମଧ୍ୟରେ ମୁକାବିଲା ହେବ ।

ନେଦରଲାଣ୍ଡ-କାନାଡା ମଧ୍ୟରେ ଯିଏ ଜିତିବ ସେହି ଦଳ ଭାରତ ସହ କ୍ୱାର୍ଟର ଫାଇନାଲ ଖେଳିବ । ତେବେ ବିଶ୍ୱ ର‍୍ୟାକିଂରେ ଭାରତ ୫ ନମ୍ବର ସ୍ଥାନରେ ଥିବା ବେଳେ ନେଦରଲାଣ୍ଡ ୪ ନମ୍ବର ସ୍ଥାନରେ ରହିଛି । ସୋମବାର ଓ ମଙ୍ଗଳବାର କ୍ରସ୍ ଓଭର ଖେଳାଯିବା ପରେ ଆଉ ୪ ଦଳ ବିଦାୟ ନେବେ । ବୁଧବାରଠାରୁ କ୍ୱାଟର ଫାଇନାଲ ଅନୁଷ୍ଠିତ ହେବ । ଏହା ପରଠୁ ହକିର ଅସଲ ବିଶ୍ୱକପ ଖେଳାଯିବ । ଯାହାକୁ ଦେଖିବାକୁ ହକି ପ୍ରେମୀ ଙ୍କ ମଧ୍ୟରେ ଉକôଣ୍ଠା ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here