ମଙ୍ଗଳବାର ଦିନ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେଇଥିଲେ । ଅନ୍ୟପଟେ ମଙ୍ଗଳବାର ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଉଛି । ସେହି ଦୃଷ୍ଟିରୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସଂସଦର ଏହି ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି।

ସଂସଦରେ ଏବେ ସର୍ବଦଳୀୟ ବୈଠକ ଜାରି ରହିଛି । ଏହି ବୈଠକରେ କଂଗ୍ରେସ ଗୃହରେ ରାଫେଲ ଡିଲ୍ ଉପରେ ଆଲୋଚନା ପାଇଁ ଦାବି କରିଛି। ପିଏମ ମୋଦୀ ବିରୋଧୀଙ୍କୁ ଆଶ୍ଵାସନା ଦେଇଛନ୍ତି ଯେ ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ସର୍ବଦଳୀୟ ବୈଠକର ପରମ୍ପରା ମୁତାବକ ସରକାର ସମସ୍ତ ଦଳ ସାମ୍ନାରେ ନିଜର ଏଜେଣ୍ଡା ରଖିଥାନ୍ତି । ସଂସଦ ଅଧିବେଶନରେ ଗୃହ କାର୍ଯ୍ୟ ସୂଚାରୁରୂପେ ଚଳାଇବା ପାଇଁ ସରକାର ବିରୋଧୀଙ୍କଠୁ ସହଯୋଗ ପାଇଁ ଅପିଲ କରନ୍ତି। ଏହି ବୈଠକରେ ପିଏମ ମୋଦୀ ଓ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ଅନ୍ୟ ପାର୍ଟିର ନେତା ମଧ୍ୟ ଉପସ୍ଥିତ ଅଛନ୍ତି। କଂଗ୍ରେସର ଗୁଲାମ ନବି ଆଜାଦ, ମଲ୍ଲିକାର୍ଜୁନ ଖଡଗେ, ସିପିଆଇ ନେତା ଡି ରାଜାଙ୍କ ପରି ବରିଷ୍ଠ ନେତା ବୈଠକରେ ଯୋଗ ଦେଇଥିଲେ ।

ଅପର ପକ୍ଷେ ଲୋକସଭା ନିର୍ବାଚନକୁ ଦେଖି ବିରୋଧୀ ନିଜ ପକ୍ଷରୁ ପୂରା ପ୍ରସ୍ତୁତି ଜାରି ରଖିଛି। ଟିଡିପି ପ୍ରମୁଖ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଦ୍ଵାରା ଆହୁତ ବୈଠକରେ ଫାରୁକ ଅବଦୁଲ୍ଲା, ଅଖିଳେଶ ଯାଦବ ସମେତ ଅନେକ ନେତା ସାମିଲ ହେଉଛନ୍ତି। ମିଡିଆ ରିପୋର୍ଟ ମୁତାବକ କଂଗ୍ରେସ ପ୍ରମୁଖ ରାହୁଲ ଗାନ୍ଧୀ ଓ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ବୈଠକରେ ଯୋଗ ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here