ପ୍ରେମରେ ପଡିଲା କି ପୂର୍ଣ୍ଣଛେଦ? ଆଜ୍ଞା ହଁ ଆମେ କହୁଛୁ ସେହି ଚର୍ଚ୍ଚିତ ଯୋଡିଙ୍କ କଥା. ଯାହାର କଣ୍ଠରୁ ଶୁଭେ ‘ଓ ହମ୍ ସଫର୍…ଓ ହମ୍ ନୱା….ବେସର୍ତ୍ତ ମେ ତେରା ହୁଆ’…ଆପଣ ଏହି ଗୀତରୁ ଜାଣିସାରିବେଣି ଆମେ କାହା କଥା କହିବାକୁ ଯାଉଛୁ. ହଁ, ଖବର ହେଉଛି ବଲିଉଡ୍ କଣ୍ଠଶିଳ୍ପୀ ନେହା କକ୍କର ଓ ଅଭିନେତା ହିମାଶଂ କୋହଲୀଙ୍କ କଥା. ଦୁହେଁ ଦୁହିଁଙ୍କ ପ୍ରେମରେ ଏମିତି ପଡିଥିଲେ ଯେ, ଜଣଙ୍କ ବିନା ଆଉ ଜଣଙ୍କର ଦିନ ଅଧୁରା ଆଉ ଗୀତ ଅଧୁରା ଥିଲା.  ଏହି ଦୁଇ ଲଭବାର୍ଡଙ୍କୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିଲା. ରିୟଲିଟି ଶୋ’ ଇଣ୍ଡିଆନ ଆଇଡଲରୁ ଏହି ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା. ଯଦିଓ ଦୁହେଁ ନିଜ ସଂପର୍କ ବିଷୟରେ ଖୋଲାଖୋଲି କହିନଥିଲେ କିନ୍ତୁ ସେମାନଙ୍କର କଥାବାର୍ତ୍ତାରୁ ଦୁହିଁଙ୍କ  ପ୍ରେମର ଗଭୀରତା ବିଷୟ ବାରି ହୋଇପଡୁଥିଲା. ଆଉ ‘ଓ ହମ୍ ସଫର’ ଗୀତ କଥା ମନେପଡିଲେ ସାଙ୍ଗେସାଙ୍ଗେ ଏହି ଯୋଡିଙ୍କ କଥା ଭାବନାକୁ ଆସେ. ହେଲେ ବର୍ତ୍ତମାନ ଏହି ଯୋଡିକୁ ନେଇ ନୂଆ ଖବର ଆସିଛି ଆଉ ନୂଆ କଥା ଶୁଣିବାକୁ ମିଳୁଛି ଏମାନଙ୍କ ସଂପର୍କ  ବିଷୟରେ. କୁହାଯାଉଛି ଯେ, ଦୁହେଁ ଦୁହିଁଙ୍କୁ ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ଅନଫଲୋ କରିଛନ୍ତି ଆଉ ନେହା ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରୁ ହିମାଂଶଙ୍କ ସବୁ ଫଟୋ ଡିଲେଟ କରିଦେଇଛନ୍ତି. ମାତ୍ର ହିମାଂଶ ନେହାଙ୍କର ସବୁ ଫଟୋ ନିଜ ଆକାଉଣ୍ଟରେ ସେମିତି ହିଁ ସାଇତି ରଖିଛନ୍ତି. ତେବେ ଏଠାରେ କୁହାଯାଇପାରେ ଯେ, ଏମାନଙ୍କ ଭିତରେ କିଛି ସାଧାରଣ ମନମତାନ୍ତର ହୋଇଛି ଯାହା ଆଗାମୀ ଦିନରେ ଠିକ୍ ହୋଇପାରେ.

 

LEAVE A REPLY

Please enter your comment!
Please enter your name here