ଗୃହିଣୀମାନଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ନାଁରେ ଦୁର୍ନିତୀ । କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛି ବିଜୁ ମହିଳା ଜନତା ଦଳ । ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ନାରୀନେତ୍ରୀମାନେ ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ରନ୍ଧନ ଗ୍ୟାସ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିଫଳ ହୋଇଛି ବୋଲି ଆରୋପ ଲଗାଇଛନ୍ତି । ବିଜୁ ମହିଳା ଜନତା ଦଳର ସଭାପତି ମୀନତି ବେହେରା, କାର୍ଯ୍ୟକାରୀ ସଭାପତି ସୁଲୋଚନା ଦାସ ଓ ମୁଖପାତ୍ର ସୁଲତା ଦେଓ ପ୍ରମୁଖ କହିଛନ୍ତି, ଏହି ଯୋଜନାର ଉଦ୍ଦେଶ୍ୟ ଯଥାର୍ଥ ଭାବରେ ବିନିଯୋଗ କରିପାରିନାହାନ୍ତି କେନ୍ଦ୍ରସରକାର । କେନ୍ଦ୍ରସରକାର ଆଜି ଯାଏଁ କହିଆସୁଛନ୍ତି ଯେ, ଉଜ୍ୱଳା ଯୋଜନା ମାଧ୍ୟମରେ ଦେଶର ୫ କୋଟି ମହିଳାଙ୍କୁ ରନ୍ଧନ ଗ୍ୟାସ୍ ସଂଯୋଗ ଦିଆଯାଇଛି. ମାତ୍ର ପ୍ରକୃତରେ ଏଭଳି ହୋଇନାହିଁ ବୋଲି କହିଛି ବିଜୁ ମହିଳା ଜନତା ଦଳ.

ଏହାକୁ କେନ୍ଦ୍ରକରି ସୋମବାର ବିଜୁ ମହିଳା ଜନତା ଦଳ ପ୍ରଶ୍ନ କରିଛି ଯେ, ଯେଉଁ ମହିଳାମାନଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ପ୍ରକୃତରେ ସେମାନେ ତାର ସୁଫଳ ପାଇଛନ୍ତି କି ?
ଏଭଳି କହିବା ପରେ ସେମାନେ ଆହୁରି ମଧ୍ୟ ଯୁକ୍ତି ବାଢିଥିଲେ. ସବସିଡି ଅର୍ଥ ଠିକ୍ ସମୟରେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ. ଯଦି ଜଣେ ବ୍ୟକ୍ତି ୫/୭ ମାସପରେ ତାର ସବସିଡି ଅର୍ଥ ପାଇବ ତାହେଲେ ସେ ପର୍ୟ୍ୟନ୍ତ କ’ଣ ସେ ବଜାର ଦର ଅନୁସାରେ ରିଲିଫ୍ କିଣିବ ଭଳି ବିଭିନ୍ନ ପ୍ରଶ୍ନ କରିଥିଲେ. କେନ୍ଦ୍ର ଓ ପେଟ୍ରୋଲିୟମ ମନ୍ତ୍ରୀ ଓଡିଶାର ଜନସାଧାରଣଙ୍କୁ ଏହାର ସଠିକ୍ ସ୍ପଷ୍ଟିକରଣ ଦିଅନ୍ତୁ ବିଜୁ ମହିଳା ଜନତା ଦଳର ଦାବି. ଏହାଛଡା ବିପିଏଲ୍ ହିତାଧିକାରୀଙ୍କୁ ୫୦ ପ୍ରତିଶତ ଗ୍ୟାସ ରିହାତିରେ ସଂଯୋଗ କରାଯାଉ.

LEAVE A REPLY

Please enter your comment!
Please enter your name here