ଉର୍ଜିତ ପଟେଳଙ୍କ ପରେ ଏବେ ଆର୍ଥିକ ମୋର୍ଚ୍ଚାରୁ କେନ୍ଦ୍ରକୁ ଆଉ ଏକ ଝଟକା । ବରିଷ୍ଠ ଅର୍ଥନୀତିଜ୍ଞ ସୁରଜିତ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଟୁଇଟର ଜରିଆରେ ସୂଚନା ଦେଇଛନ୍ତି । ଟୁଇଟର୍‌ରେ ସେ କହିଛନ୍ତି: ଡିସେମ୍ବର ୧ ତାରିଖ ଦିନ ମୁଁ ‘ପିଏମ୍‌ଇଏସି’ରୁ ସମାୟିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଅର୍ଥଶାସ୍ତ୍ରୀ ତଥା କଲମନିଷ୍ଟ ସୁରଜୀତ୍ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ମତାଧିକାରୀ ପରିଷଦ (ଇଏସି-ପିଏମ୍) ପଦରୁ ଇସ୍ତଫା ଦେଇଛନ୍ତି । ସେ ଏହି ପରିଷଦରୁ ଅଳ୍ପକାଳିକ ସଦସ୍ୟ ଥିଲେ । ଏପର୍ଯ୍ୟନ୍ତ ଇସ୍ତଫାର କାରଣ ଜଣା ପଡିନାହିଁ ।

LEAVE A REPLY

Please enter your comment!
Please enter your name here