ଢେଙ୍କାନାଳ ଜିଲ୍ଲା ବେଲଟିକିରି ଠାରେ ଥିବା ସେଲଟର୍ ହୋମରେ ଅନ୍ତେବାସୀଙ୍କ ପ୍ରତି ହୋଇଥିବା ଶାରୀରିକ ଓ ମାନସିକ ଯୌନ ନିର୍ଯାତନା  ଅତ୍ୟନ୍ତ ଦୁଃଖଦ ଘଟଣା. ତେବେ ଏହି ଘଟଣା ନଜରକୁ ଆସିବା ପରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ବିଜୁ ମହିଳା ଜନତା ଦଳ କହିଛି. ରାଜ୍ୟରେ ଗୁଡ୍ ନ୍ୟୁଜ ଇଣ୍ଡିଆ ଦ୍ୱାରା ପରିଚାଳିତ ପିଲାଙ୍କ ପାଇଁ ଅନୁଷ୍ଠାନ ଗୁଡିକ କୌଣସି ଆଶ୍ରୟ ଗୃହ ନୁହେଁ କି ସରକାରୀ ଅନୁଦାନପ୍ରାପ୍ତ ନୁହେଁ. ମାତ୍ର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଣମାଧ୍ୟମକୁ ଦେଇଥିବା ସୂଚନା ତଥ୍ୟ ଆଧାରିତ ନୁହେଁ ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମିନତି ବେହେରା କହିଛନ୍ତି. ଶ୍ରୀମତୀ ବେହେରାଙ୍କ ଏହି ସଫେଇକୁ ବିଜେପି ମହିଳା ମୋର୍ଚ୍ଚା ସମାଲୋଚନା କରିଛି. ସରକାରୀ ଅବବେଳା ଯୋଗୁଁ ଏଭଳି ହୋଇଛି ଏବଂ ଗୁମର ଫିଟିବା ଭୟରେ ସରକାର ଏହାକୁ ଚାପି ଦେଇଛନ୍ତି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଭାତୀ ପରିଡା କହିଛନ୍ତି.

 

LEAVE A REPLY

Please enter your comment!
Please enter your name here