ହଁ, 13 ବର୍ଷ ବୟସରେ ନିଜେ ଏକ ସଫ୍ଟୱେୟାର କମ୍ପାନୀର ମାଲିକ. ଏହି କଥା ଶୁଣି ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହେଉଥିବେ. ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଏହା ସଂପୂର୍ଣ୍ଣରୂପେ ସତ. କେରଳର ଆଦିଥ୍ୟାନ ରାଜେଶ, ଯିଏ ଦୁବାଇରେ ନିଜର ଏକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି. ସୂଚନା ଅନୁସାରେ, 13 ବର୍ଷର ଏହି ପିଲାଟି, ଯିଏ 4 ବର୍ଷ ପୂର୍ବେ ନିଜର ଏକ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରିଥିଲା ଆଜି ସେହି ପିଲାଟି ଏକ ସଫ୍ଟୱେୟାର କମ୍ପାନୀର ମାଲିକ. ସୂଚନା ଅନୁସାରେ, ଯେତେବେଳେ ଆଦିଥ୍ୟାନଙ୍କୁ 9 ବର୍ଷ ହୋଇଥିଲା, ସେତେବେଳେ ସେ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରିଥିଲେ ଏବଂ ଗ୍ରାହକଙ୍କ ପାଇଁ ଲୋଗୋ ଓ ୱେବସାଇଟ ଡିଜାଇନ ମଧ୍ୟ କରୁଥିଲେ. ତେବେ 5 ବର୍ଷ ବୟସରେ ସେ କମ୍ପ୍ୟୁଟର ବ୍ୟବହାର କରିବା ଆରମ୍ଭ କରିଥିଲେ ଆଉ ଆଜି ମାତ୍ର 13 ବର୍ଷ ବୟସରେ ସେ Trinet Solutions ନାମକ ଏକ କମ୍ପାନୀ ମଧ୍ୟ ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏବଂ ଛୋଟ ପିଲାଙ୍କୁ ଆଗକୁ ବଢିବା ପାଇଁ ବର୍ତ୍ତମାନ ଆଦିଥ୍ୟାନ ପ୍ରେରଣାର ଉତ୍ସ ଭାବେ ଉଭା ହୋଇଛନ୍ତି.

LEAVE A REPLY

Please enter your comment!
Please enter your name here