କିଛି ନହେଲେ ନାହିଁ, ଭାଷଣ ଦେବାରେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେହି ପଛରେ ପକାଇ ପାରିବେ ନାହିଁ. 72ତମ ସ୍ୱାଧିନତା ଦିବସ  ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ଅବସରରେ ମୋଦି 82 ମିନିଟ୍ ଭାଷଣ ଦେଇଥିଲେ. 2014 ରେ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦିଙ୍କର ଏହା ପଂଚମ ଭାଷଣ ଥିଲା . 72 ତମ ସ୍ୱାଧୀନତା ଦିବସରେ ସେ ଏକ ଫୁଲରୁ ଭାଷଣ ଆରମ୍ଭ କରିଥିଲେ ଯାହା ସମସ୍ତ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଥିଲା .ମୋଦୀ କହିଲେ, ଆମ ଦେଶରେ 12 ବର୍ଷରେ ଥରେ ନୀଳକୁରଂଜୀ ଫୁଲ ଫୁଟେ. ଏହି ବର୍ଷ ଦକ୍ଷିଣରେ ନୀଳଗିରି ପାହାଡ ଉପରେ ନୀଳକୁରଂଜୀର ଫୁଲ ଯେମିତି ତ୍ରିରଙ୍ଗାରେ ଥିବା ଅଶୋକ ଚକ୍ର ପରି  ପ୍ରତୀୟମାନ ହେଉଛି. ଦୀର୍ଘ ଭାଷଣ ଭିତରେ ସେ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଓ ଉନ୍ମାଦନା ଆଣିବାକୁ ପ୍ରୟାସ କରିଥିଲେ.

  • ଭାରତର ଝିଅମାନେ ସାତସମୁଦ୍ର ପାରିକରିଛନ୍ତି
  • ଭାରତ ସର୍ବଶ୍ରେଷ୍ଠ ଦେଶ ରୂପେ ପରିଗଣିତ ହୋଇଛି
  • ଦେଶରେ ଆତ୍ମବିଶ୍ୱାସ ଭରି ରହିଛି
  • ସଂସଦର ଧର୍ମ ସାମାଜିକ ନ୍ୟାୟକୁ ସମର୍ପିତ କରୁଛି
  • ଓବିସି ଆୟୋଗକୁ ସାମ୍ବିଧାନିକ ଦରଜା ଦିଆଯାଇଛି
  • ଆର୍ଥିକ ଦୃଷ୍ଟିରୁ ଭାରତ ବିଶ୍ୱର ଷଷ୍ଠତମ ରାଷ୍ଟ୍ର
  • ଦେଶପାଇଁ ସେନାବାହିନୀର ବଳିଦାନ ଅବିସ୍ମରଣୀୟ
  • ଗାଁ ଗାଁରେ ବିଜୁଳି ପହଂଚିଛି
  • ଦେଶରେ 4 ବର୍ଷ ଭିତରେ ବହୁତ ପରିବର୍ତ୍ତନ ଆସିଛି
  • ଦଳିତ, ଶୋଷିତ ଓ ବଂଚିତ ଲୋକଙ୍କୁ ସୁଯୋଗ ମିଳୁ
  • ସମସ୍ତେ ଜିଏସଟି ଚାହୁଁଥିଲେ, କିନ୍ତୁ ଲାଗୁ କରିପାରୁନଥିଲେ
  • ସ୍ୱ ରୋଜଗାରରେ ଦେଶ ଆଗକୁ ବଢୁଛି
  • ଯୁବକମାନେ ପ୍ରଗତିର ମାନଦଣ୍ଡକୁ ବଦଳାଇଦେଇଛନ୍ତି

କୃଷକମାନେ ରୋଜଗାରକୁ ଦୁଇଗୁଣ କରିବାର ସ୍ୱପ୍ନ ଦେଖିଛନ୍ତି

LEAVE A REPLY

Please enter your comment!
Please enter your name here