ଟି-୨୦ ବିଶ୍ୱକପରେ ଦୁଇ ଥର ହାରିବା ପରେ ଟିମ୍ ଇଣ୍ଡିଆକୁ ଅନେକ ଆଡୁ ସମାଲୋଚନା ହେବାକୁ ପଡୁଛି । ଏହାରି ଭିତରେ ବିରାଟ କୋହଲିଙ୍କ ଝିଅକୁ ଆସୁଛି ଧମକ । ଅନଲାଇନ୍ ଜରିଆରେ କୋହଲିଙ୍କ ଝିଅକୁ ଧମକ ଦିଆଯାଇଛି । କୋହଲିଙ୍କ ୯ ମାସର ଝିଅକୁ ବଳାତ୍କାର ନେଇ ଧମକ ମିଳିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ଦିଲ୍ଲୀ ମହିଳା ଆୟୋଗ । ଦିଲ୍ଲୀ ମହିଳା ଆୟୋଗ ଟୁଇଟ୍ କରି କ୍ଷୋଭ ପ୍ରକାଶ କରିବl ସହ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି ଯେ, ଜଣେ ୯ ମାସର ଶିଶୁ କନ୍ୟାକୁ ଏଭଳି ଧମକ ଆସିବା ନିନ୍ଦାଜନକ ଘଟଣା ଅଟେ । ଘଟଣାରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିବା ସହ ଏ ସମ୍ପର୍କରେ ଅବଗତ କରିବା ପାଇଁ କହିଛନ୍ତି । ଘଟଣାର ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହିଳା କମିଶନ ଆୟୋଗ କହିଛନ୍ତି ।

LEAVE A REPLY

Please enter your comment!
Please enter your name here