ଲ୍ୟାଣ୍ଡଫଲ କଲା ବାତ୍ୟା ‘ପେଥାଇ’ । ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା ପେଥାଇ । ସମୁଦ୍ରରେ ଦୂର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁଛି । ଏବେ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଛି । ମଧ୍ୟାହ୍ନ ସୁଦ୍ଧା ଏଠାରେ ପବନର ଗତିଥିଲା ଘଣ୍ଟାକୁ ୮୦ କିଲୋମିଟର । ଏହାର ପ୍ରଭାବ ଯୋଗୁ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ଆସନ୍ତା ୨ଦିନ ବର୍ଷା ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ । ତେବେ ପବନ ଯୋଗୁ ଅନେକ ଗୁଡିଏ ଗଛ ଉପୁଡି ରାସ୍ତା ବନ୍ଦ ହୋଇ ଯାଇଥିବାରୁ ସ୍ଥାନୀୟ ପ୍ରଶାସନ ସହାୟତାରେ ରାସ୍ତା ସଫା କରାଯାଉଛି । ପେଥାଇ ମୁକାବିଲା ପାଇଁ ଆନ୍ଧ୍ରରେ ୧୨ଟି ଏନଡିଆରଏଫ ଟିମ୍ ମଜବୁତ ରହିଛନ୍ତି ।
ଅନ୍ୟପଟେ ବାତ୍ୟା ପେଥାଇ ପାଇଁ କିଛି ଟ୍ରେନ କଟକଣା କରିଛି ରେଲୱେ । ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନକୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବ ବ୍ୟବସ୍ଥା । ହାୱଡା-ଚେନ୍ନାଇ ମେଲ୍ ନୂଆପଡାରୁ ଯାଇ ବିଜୟନଗରମରେ ରହିବ । ସାଲିମାର- ତ୍ରିଭେନ୍ଦ୍ରମ ଏକ୍ସପ୍ରେସ ପଲାସାରେ ନିୟନ୍ତ୍ରିତ ହେବ । ହାୱଡା- ଯଶୋବନ୍ତପୁର ଏକ୍ସପ୍ରେସ ବିଶାଖାପାଟଣାରେ ରହିବ ।

LEAVE A REPLY

Please enter your comment!
Please enter your name here