ଧିରେ ଧିରେ ତଳମୁହାଁ ହେଉଛି କରୋନା ସଙ୍କ୍ରମଣ । ଗତ ୨୪ ଘଣ୍ଟାରେ ୨୨୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୩୧୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିିଛି ୯୬୭ । ଖୋର୍ଦ୍ଧାରୁ ୫୯୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୨୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ-୬୧, ବାଲେଶ୍ୱର-୧୪୬, ବରଗଡ-୧୭, ଭଦ୍ରକ-୭୧, ବଲାଙ୍ଗୀର-୯, ବୌଦ୍ଧ-୧୦, ଦେଓଗଡ-୬, ଢେଙ୍କାନାଳ-୫୫, ଗଜପତି-୮, ଗଞ୍ଜାମ-୧୭, ଜଗତସିଂହୁପର-୭୩, ଯାଜପୁର-୧୧୧, ଝାରସୁଗୁଡା-୧୧, କଳହାଣ୍ଡି-୧୨, କନ୍ଧମାଳ-୨୦, କେନ୍ଦ୍ରାପଡା-୬୨, କେନ୍ଦୁଝର-୫୧, କୋରାପୁଟ-୪୦, ମାଲକାନଗିରି-୩୨, ମୟୂରଭଞ୍ଜ-୧୪୧, ନବରଙ୍ଗପୁର-୧୨, ନୟାଗଡ-୮୩, ନୂଆପଡା-୨, ପୁରୀ-୧୨୭, ରାୟଗଡା-୧୫, ସମ୍ବଲପୁର-୧୮, ସୋନପୁର-୭, ସୁନ୍ଦରଗଡ-୬୭, ଷ୍ଟେଟପୁଲରୁ୧୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ମୃତ୍ୟୁସଂଖ୍ୟା ରହିଛି ୬୫ । ଖୋର୍ଦ୍ଧାରୁ ସର୍ବାଧିକ ୧୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀ, କେନ୍ଦୁଝର, ବରଗଡରୁ ୬ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୁଳ, ମୟୂରଭଞ୍ଜରୁ ୫ ଲେଖାଏଁ, ନୟାଗଡରୁ ୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ, କେନ୍ଦ୍ରାପଡା, ଗଞ୍ଜାମରୁ ୩ ଲେଖାଏଁ ମୃତ । ବାଲେଶ୍ୱର, ବଲାଙ୍ଗୀର, ବୌଦ୍ଧ ଓ କଟକରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ଢେଙ୍କାନାଳ, ଜଗତସିଂହପୁର, ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡି, କନ୍ଧମାଳ ଓ ସମ୍ବଲପୁରରୁ ମଧ୍ୟ ଜଣେ ଲେଖାଏଁ ମୃତ । କରୋନାଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ ହଜାର ୫୯୯କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here