ଆଜି ମୟୁରଭଞ୍ଜ ବନ୍ଦ । ବିଜେପି ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଉତ୍ତର ଓଡିଆ ବିଶ୍ୱବିଦ୍ୟାଳୟକୁ ୟୁପିଏସସି କୋଚିଂ ସେଣ୍ଟରରୁ ବାଦ ଦେବା ଓ ମୟୁରଭଞ୍ଜ ଜିଲ୍ଲାରେ ଖାଲି ପଡିଥିବା ୨୨୦ ଡାକ୍ତରୀ ପଦବୀ ପୂରଣ କରିବା ଦାବୀରେ ଏହି ବନ୍ଦ ଡାକରା ଦିଆଯାଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲାକୁ ଉପେକ୍ଷା କରାଯାଉଥିବାର ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ଆଜି ସକାଳୁ ବିଜେପି କର୍ମୀମାନେ ପିକଟେିଂ କରି ବନ୍ଦ ପାଳନ କରୁଛନ୍ତି । ବନ୍ଦ ପାଳନ ଯୋଗୁଁ ୧୮ ଓ ୪୯ ଜାତୀୟ ରାଜପଥରେ ବିଜେପି କର୍ମୀମାନେ ଆନେ୍ଦାଳନ କରିବା ସହ ରାସ୍ତା ଅବରୋଧ କରିଛନ୍ତି । ଏହି ବନ୍ଦ ପାଳନର ପ୍ରଭାବ ବାରିପଦା, ବାଙ୍ଗିରିପୋଷି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here