ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳୀୟ ବିଫଳତା ପରେ ବିଜେପି ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବହୁ ଆଗରୁ ପୂର୍ବ ଭାରତରେ ଓଡିଶାକୁ ଫୋକସ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି । ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବିଜେପି ଶିବିର । ଦିନିକିଆ ଓଡ଼ିଶା ଗସ୍ତରେ ଆସି ସରକାରୀ କାର୍ଯ୍ୟକ୍ରମରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ସେ ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ । ଉଭୟ ସରକାରୀ ଓ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ସେହିପରି ଖୋର୍ଦ୍ଧା ଅରୁଗୁଳଠାରେ ପ୍ରତିଷ୍ଠା ଲାଭ କରିଥିବା ଆଇଆଇଟି ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିବେ ମୋଦି । ଏହାସହିତ ଭିଡ଼ିଓ କନଫରେନ୍ସି ଜରିଆରେ ବ୍ରହ୍ମପୁର ଠାରେ ନାଇଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏନେଇ ଆଇଆଇଟି ଅରଗୁଳଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆଇଆଇଟିର ନିର୍ଦ୍ଦେଶକ ଆର୍ କେ ରାଜକୁମାର ଏବଂ ଆଇଜର୍ ର ନିର୍ଦ୍ଦେଶକ କେ ଭି ରମଣସିଂହ । ଭୁବନେଶ୍ୱର ଆଇଆଇଟି ପରିସରରେ ହେବାକୁ ଥିବା ସଭାରେ ସବୁ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କରାଯିବ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ଏକ ପ୍ରେସମିଟରେ ଗୁରୁବାର ଏହି ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ଫୋକସରେ ଏବେ ଓଡିଶା । ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହର ସ୍ମାରକୀ ଡାକଟିକେଟ୍ ଓ ୨୦୦ଟଙ୍କିଆ ସ୍ମାରକୀ ମୁଦ୍ରା ସମେତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା ଚେୟାରକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଲୋକାର୍ପଣ କରିବେ । ଏହି ଚେୟାର ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ୫କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦିଆଯିବ । ଏହାସହିତ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ଉଦବୋଧନ କରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରଛନ୍ତି । ସାଢେ ଚାରି ବର୍ଷ ଶାସନରେ ବହୁ କେନ୍ଦ୍ରୀୟ ପ୍ରକଳ୍ପ ଓଡିଶାରେ ପ୍ରତିଷ୍ଠା ହୋଇପାରିଛି । ସୋମବାର ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଏଥିସହିତ ପେଟ୍ରୋଲିୟମ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପଲାଇନ କାମର ଶୁଭାରମ୍ଭ ହେବ । ଏଥିସହିତ ୭୫.୩ କୋଟି ଖର୍ଚ୍ଚରେ ଭୁବନେଶ୍ୱରରେ ଥିବା ଇଏସଆଇ ହସ୍ପିଟାଲକୁ ୧୦୦ ଶର୍ଯ୍ୟା ବିଶିଷ୍ଟ କରାଯିବା ସହ ପୁରୁଣା ଏନଏଚ-୫ ତଥା ବର୍ତମାନ ଏନଏଚ-୧୬ର ୬ ଲେନ୍ ଓ କଟକ-ଅନୁଗୋଳ ରାସ୍ତାର ୪ ଲେନ୍ କାମର ଆରମ୍ଭ ହେବ । ଏହି ସମସ୍ତ କାମ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଲୋକାର୍ପଣ ଓ ଶୁଭାରମ୍ଭ କରାଯିବ ।

LEAVE A REPLY

Please enter your comment!
Please enter your name here