ବିଦେଶୀ ପକ୍ଷୀ ଓ ବଉଳା କୁମ୍ଭୀରଙ୍କ ଗଣନା ନିମନ୍ତେ ଆସନ୍ତାମାସ ଜାନୁୟାରୀ 6 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଅଭୟାରଣ୍ୟ. ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଣ୍ଣ ଜଳାଶୟ, ରାଇପାଟିଆ, ମଠଆଡିଆ, ଗୁପ୍ତିଘାଟ, ହଂସିଣା ଘାଟ ଏବଂ ବତୀଘରର ବିସ୍ତୀର୍ଣ୍ଣ ଅଞ୍ଚଳରେ ରାଜନଗର ବନବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ କରାଯିବ. ପକ୍ଷୀଗଣନା କାର୍ଯ୍ୟକ୍ରମରେ 12ଟି ଟିମ୍ ସାମିଲ ହେବେ ବୋଲି ବନବିଭାଗ ସୂଚନା ଦେଇଥିବା ବେଳେ ଏହାସହ ବଉଳା କୁମ୍ଭୀରଙ୍କ ଗଣନା ମଧ୍ୟ କରାଯିବ ବୋଲି କହିଛି ବନବିଭାଗ. ଡ. ସୁଧାକର କରଙ୍କ ତତ୍ତ୍ୱାବଧାନରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମରେ 8ଟି ଟିମ ସାମିଲ ହେବେ. ତେବେ ଏହି ଗଣନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here