କୋଲକତାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 822 ରେ ଜଣେ 32 ବର୍ଷୀୟ ଯାତ୍ରୀଙ୍କ ଅଚାନକ ମୃତ୍ୟୁ ଘଟିଛି. ତାଙ୍କ ଦେହ ହଠାତ ଖରାପ ହୋଇଯିବାରୁ ଇଣ୍ଡିଗୋ ବିମାନ ଏଟିସି ଠାରୁ ସିଗନାଲ ପାଇବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା. ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ମୃତକ ଜଣକ ହେଉଛନ୍ତି କୋଲକତାର ରାଜକୁମାର କର୍ମକାର. ହୃଦଘାତ ହେବା ଯୋଗୁଁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି.

 

LEAVE A REPLY

Please enter your comment!
Please enter your name here