ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କର ରହସ୍ୟଜନକ ମୃତ୍ୟୁ ମାମଲାରେ ଜେରା ହେବେ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା । କ୍ରାଇମବ୍ରାଞ୍ଜ ଏଡିଜି ଏନେଇ ସୂଚନା ଦେଇଛନ୍ତି । କେବଳ ବିଦ୍ୟା ଭାରତୀ ନୁହଁନ୍ତି, ସୌମ୍ୟ ରଞ୍ଜନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରାଯିବା ସହିତ ବୟାନ ରେକର୍ଡ କରାଯିବ ବୋଲି ଏଡିଜି କହିଛନ୍ତି । ଆଜି ପ୍ରଥମେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିବା ପରେ ବିଦ୍ୟା ଭାରତୀଙ୍କୁ କ୍ରାଇମବ୍ରାଞ୍ଜ ଜେରା କରିବ । ଏସିଏଫ ସୌମ୍ୟ ରଞ୍ଜନ କେମିତି ନିଆଁ ଲାଗି ଜଳିଗଲେ । ପତ୍ନୀ ବିଦ୍ୟା ଭାରତୀ ଏବଂ ଡିଏଫଓଙ୍କ ଭିତରେ କିଛି ଅନ୍ତରଙ୍ଗ ସମ୍ପର୍କ ଥିଲା କି? । ଚାକିରୀ କ୍ଷେତ୍ରରେ କୌଣସି ଚାପ ଡିଏଫଓ ଦେଉଥିଲେ କି? । ଏମିତି ଅନେକ ପ୍ରଶ୍ନର ସାମ୍ନା କରିବେ ବିଦ୍ୟା । ତେବେ ସମସ୍ତଙ୍କ ନଜର । ବିଦ୍ୟା ଭାରତୀଙ୍କୁ ଜେରା ପରେ କି ମୋଡ ନେଉଛି ଏହି ମାମଲା ।

LEAVE A REPLY

Please enter your comment!
Please enter your name here