ବିଗୁଡୁଛି ରାଜ୍ୟରେ ସ୍ବାସ୍ଥ୍ୟବସ୍ଥା. ବାହାରକୁ ଯେତେ ପ୍ରଚାର କଲେବି ବ୍ଲକ, ସବଡିଭିଜନସ୍ତରରେ ଡାକ୍ତରଖାନାଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଲାଣି. ମାସ ମାସ ଧରି ଡାକ୍ତର ପଦବୀ ଖାଲି ରହୁଥିବାରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନି. ଆମେ ଆପଣଙ୍କୁ ଦେଖାଉଛୁ ଗଞ୍ଜାମ ଜିଲ୍ଲାର କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର. ଏଠି କାମ କରୁଥିବା ଦୁଇଜଣ ଡାକ୍ତରଙ୍କ ମଧ୍ୟରୁ ମେଡିକାଲ ଇନଚାର୍ଜ ଡାକ୍ତର ଶିବ ପ୍ରସାଦ ସାହୁଙ୍କର ବଦଳି ହୋଇଯାଇଛି. ଆଉ ଡାକ୍ତର ସିମାଞ୍ଚଳ ଡାକୁଆଙ୍କ ଭରଷାରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁଥିଲା ବେଲେ ସେ ବି ଅସୁସ୍ଥ ହୋଇପଡିଛନ୍ତି. ତାଙ୍କୁ ସାଲାଇନ ଦିଆଯାଇ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି.

LEAVE A REPLY

Please enter your comment!
Please enter your name here