ଶେଷରେ ସରକାର ଚଢା ଟିକସରେ ଟିକେ କୋହଳ କରିବାକୁ ନିଷ୍ପତ୍ତି ନେଲେ. ଶନିବାର ବସିଥିବା ଜିଏସଟି କାଉନସିଲ ବୈଠକରେ 33ଟି ସାମଗ୍ରୀ ଉପରେ ଦର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି. ଯେଉଁ ସବୁ ଦ୍ରବ୍ୟ ଉପରେ ପୂର୍ବରୁ 28, 18 କିମ୍ବା 12 ପ୍ରତିଶତ ଜିଏସଟି ଲାଗୁ ହେଉଥିଲା ତାକୁ ହ୍ରାସ କରାଯାଇଛି. 28 ପ୍ରତିଶତ ଜିଏସଟି ଆଦାୟ ହେଉଥିବା ଅଧିକାଁଶ ନିତ୍ୟ ବ୍ୟବହାର୍ଯ଼୍ୟ ସାମଗ୍ରୀ ଉପରୁ ଟିକସ ହ୍ରାସ କରାଯାଇଛି. ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସିନେମା ଟିକଟଠୁ ଆରମ୍ଭ କରି ସିମେଣ୍ଟ. ଛୋଟ କଂପ୍ୟୁଟର, ଭିଡିଓ ଗେମ୍, ଗାଡି ପାର୍ଟ୍ସ ଶସ୍ତା ହେବ. ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ପୂର୍ବରୁ ଭିନ୍ନକ୍ଷମଙ୍କ ପାଇଁ ସାମଗ୍ରୀ ଉପରୁ 28 ପ୍ରତିଶତ ଜିଏସଟି ଆଦାୟ ହେଉଥିବା ବେଳେ ଏବେ ତାହା 5 ପ୍ରତିଶତକୁ ହ୍ରାସ କରିବାକୁ ସ୍ଥିର ହୋଇଛି. ଟିଭି, ସିମେଣ୍ଟ, ଯାନବାହାନ ପାର୍ଟସ୍‌ ଭଳି 28 ପ୍ରତିଶତ ଜିଏସ୍‌ଟି ଲାଗୁ ହେଉଥିବା 22 ଟି ସାମଗ୍ରୀ ଉପରୁ ଟିକସ କୋହଳ କରଯାଇ 18 ପ୍ରତିଶତକୁ ହ୍ରାସ କରାଯାଇଥିବା ଜଣାପଡିଛି. 100 ଟଙ୍କା ଭିତରେ ସିନେମା ଟିକେଟ ଉପରେ 12 ପ୍ରତିଶତ ଏବଂ 100 ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଟିକେଟରେ 18 ପ୍ରତିଶତ ଜିଏସଟି ଲାଗୁ ହେବ. ସେହିଭଳି ଟ୍ରେନରେ ଯାତ୍ରା ସମୟରେ ଇକୋନୋମି କ୍ଲାସ ପାଇଁ 5 ପ୍ରତିଶତ ଜିଏସଟି ଲାଗୁ ହେବାବେଳେ ବିଜନେସ କ୍ଲାସ ପାଇଁ 12 ପ୍ରତିଶତ ଜିଏସଟି ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଛି. ଅନ୍ୟପଟେ ଟିଭି, କମ୍ପ୍ୟୁଟର ଓ ଟାୟାର32 ଇଞ୍ଚରୁ କମ୍‌ କମ୍ପ୍ୟୁଞ୍ଚଟର ମନିଟର୍‌ ବା ସ୍କ୍ରିନ୍‌, ଗିଅର ବକ୍ସ, ରିଟ୍ରେଡେଡ୍‌ ଟାୟାର୍ସ, ଲିଥିଅମ୍‌ ବ୍ୟାଟେରୀ ସହିତ ପାୱାର ବ୍ୟାଙ୍କ, ଭିଡିଓ ଗେମ୍‌ ଏବଂ ଅନ୍ୟ କ୍ରୀଡ଼ା ସାମଗ୍ରୀ ଆଦିରେ ଜିଏସ୍‌ଟି 28 ରୁ18 ପ୍ରତିଶତକୁ କମାଇବାକୁ ନିଷ୍ପତ୍ତି ହୋଇଛି. ମଦ, ଡ୍ରଗ୍ସ, ଫାଷ୍ଟ୍‌ ଫୁଡ୍‌, କ୍ୟାଣ୍ଡି, କଫି, ସୁଗାର୍‌, ଜୁଆ ଏବଂ ପର୍ଣ୍ଣୋଗ୍ରାଫି ଭଳି 34 ଟି ବିଳାସମୟ ସାମଗ୍ରୀ ଉପରୁ ଧାର୍ଯ୍ୟ ଟିକସରେ କୌଣସି ପରିବର୍ତ୍ତନ ହୋଇନି. ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନ କାରଣରୁ କ୍ଷତି ସହିଥିବା ରାଜ୍ୟ ଗୁଡ଼ିକୁ ପୂର୍ବରୁ 48 ହଜାର କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉଥିବା ବେଲେ ଚଳିତ ବର୍ଷ 60 ହଜାର କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ହୋଇଛି.

 

LEAVE A REPLY

Please enter your comment!
Please enter your name here