ବାଲିମେଳା ଏନଏସିଠାରେ ବିଜେଡିର ଜୋନ୍ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ଡମ୍ବରୁ ସୀସା ଯୋଗ ଦେଇଥିଲେ. ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ଲେକଙ୍କୁ ଅବଗତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ବାଲିମେଳାର ଚେୟାରମ୍ୟାନ ଲକ୍ଷ୍ମୀ ପାଙ୍ଗି ସମେତ କାଉନସିଲର, ସରପଞ୍ଚ ଓ ଦଳର ଅନ୍ୟାନ୍ୟ କର୍ମୀମାନେ ଯୋଗ ଦେଇଥିଲେ ଏବଂ ୫୦୦ରୁ ଅଧିକ ଲୋକ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ.