ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର । ସପ୍ତାହକ ଭିତରେ ଲଗାତର ଭାବେ ଚତୁର୍ଥ ଥର ପାଇଁ ବଢିଛି ପେଟ୍ରୋଲ ଦର । ମୁମ୍ବାଇରେ ପେଟ୍ରୋଲ ଦର 92 ଟଙ୍କା 28 ପଇସା, ଚେନ୍ନାଇରେ 88ଟଙ୍କା 29 ପଇସା, ଦିଲ୍ଲୀରେ 85 ଟଙ୍କା 70 ପଇସାରେ ପହଞ୍ଚିଥିବା ବେଳେ ଭୁବନେଶ୍ବରରେ 86 ଟଙ୍କା 36 ପଇସାରେ ପହଞ୍ଚିଛି । ଏହା ହେଉଛି ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି କ୍ଷେତ୍ରରେ ସର୍ବକାଳୀନ ରେକର୍ଡ । ତେବେ ପେଟ୍ରୋଲ ଓ ଡିଜେଲରେ ଅହେତୁକ ଦରବୃଦ୍ଧି ହେଉଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅତ୍ୟଧିକ ଟିକସ ଲୋକଙ୍କ ଉପରେ ବୋଝ ସଦୃଶ ହୋଇଯାଇଛି । ଏବେ ପେଟ୍ରୋଲ ଉପରେ ରାଜ୍ୟ ସରକାର 32 ପ୍ରତିଶତ ଓ ଡିଜେଲ ଉପରେ 28 ପ୍ରତିଶତ ଭ୍ୟାଟ୍ ଆଦାୟ କରୁଥିବା ବେଳେ କେନ୍ଦ୍ର ସରକାର 23 ପ୍ରତିଶତ ଏକ୍ସାଇଜ ଡ୍ୟୁଟି, 8 ପ୍ରତିଶତ ସ୍ପେସାଲ ଏକ୍ସାଇଜ ଡ୍ୟୁଟି ଆଦାୟ କରୁଛନ୍ତି । ଡିଲର କମିଶନ ବାବଦରେ ପ୍ରତି ଲିଟରରେ 3 ଟଙ୍କା 54 ପଇସା ଦେବାକୁ ପଡୁଥିବା ବେଳେ ରୋଡ୍ ସେସ୍ ବାବଦରେ ମଧ୍ୟ ପ୍ରତି ଲିଟରରେ ଏକ ଟଙ୍କା ଦେବାକୁ ପଡୁଛି । ଅର୍ଥାତ ଗାଡିରେ ପେଟ୍ରୋଲ ପକାଇବା ବେଲେ ଆମେ 63 ପ୍ରତିଶତ ଟିକସ, 53 ଟଙ୍କା ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦେଉଛେ ।

LEAVE A REPLY

Please enter your comment!
Please enter your name here